No Result
View All Result
କନ୍ଧମାଳ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଶଶାଙ୍କ ଶେଖର ସ୍ମୃତି କମିଟି ଓ ଜିଲା ବିକାଶ ପରିଷଦ,କନ୍ଧମାଳ ପକ୍ଷରୁ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ତୃତୀୟ ବାର୍ଷିକ ତିରୋଧାନ ଦିବସ ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କନ୍ଧମାଳ ଜିଲ୍ଲାର ପରଲୋକ ଗତ ସାମାଜିକ ପରିବର୍ତ୍ତନ କାରୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି୍ । ଜିଲା ବିକାଶ ପରିଷଦର ଆବାହକ ତଥା ସମାଜ ସେବୀ ଅଶୋକ ପରିଡା ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ତୃତୀୟ ବାର୍ଷିକ ତିରୋଧାନ ଦିବସ ଅବସରରେ ଅନୁଷ୍ଠିତ ସ୍ମୃତିସଭାକୁ ଅତିଥି ସ୍ୱାଗତ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କନ୍ଧମାଳ ଜିଲ୍ଲାରେ ସାମାଜିକ ପରିବର୍ତ୍ତନରେ ନିଜକୁ ଉତ୍ସର୍ଗ କରିଥିବା ୧୫ଜଣଙ୍କ ସମାଜସେବୀଙ୍କ ସ୍ମୃତି ଚାରଣ କରିଥିଲେ।

ସାମାଜିକ କାର୍ଯ୍ୟ କରିବା ବଡ କଷ୍ଟସାଧ୍ୟ କାର୍ଯ୍ୟ ଯାହା ଆଜି ନିଶାରୁ କେତେକାଂଶରେ ପେଷାରେ ବରିବର୍ତ୍ତନ ହୋଇଛି। ସାଧାରଣ ଜନତାଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନରେ ପରିବର୍ତ୍ତନ ଆଣିବାକୁ ନିଜେ ଅତି ସରଳ ଜୀବନ ଯାପନ କରି ଅନ୍ୟାୟ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି। ଶଶାଙ୍କ ଶେଖର ସାହୁ କନ୍ଧମାଳ ଜିଲ୍ଲାର ଜଣେ ଵହୁ ପ୍ରତିଭାଧାରୀ ସାମାଜିକ କର୍ମୀ। କନ୍ଧମାଳ ଜିଲ୍ଲାର ସୁନିମଧନ୍ୟ ପରଲୋକ ଗତ ସାମାଜିକ କର୍ମୀ ଭାବେ ବନବାସୀ ସେବା ସମିତିର ବିଶ୍ୱନାଥ ଆଞା,କୋରାପୁଟିଆ ଗାନ୍ଧୀ,ଜାଗୃତିର ଆଲବର୍ଟ ଯୋଶେଫ,ପ୍ରଦତ୍ତର ପରେଶ ଭାଇ,ଜନ ବିକାଶର ଫାଦର ଅଗଷ୍ଟିନ, ପଲ୍ଲୀଶ୍ରୀ ପାଉଲ ପ୍ରଧାନ ଓ ଜିଏମ ଏସ ର ହେମନ୍ତ ନାୟକ ପ୍ରମୁଖ ଅନ୍ୟତମ।

ସ୍ୱର୍ଗତ ବିନୋଦ ମହାନ୍ତି ଜଣେ ଗାନ୍ଧୀ ବିଚାର ଧାରାର ଜଣେ ସାମାଜିକ କର୍ମୀ ଭାବେ କନ୍ଧମାଳ, କଳାହାଣ୍ଡି ତଥା ରାଜ୍ୟରେ ସୁନାମ ଅର୍ଜନ କରିଛନ୍ତି।କନ୍ଧମାଳ ଜିଲ୍ଲାରେ ଗ୍ରାମ୍ୟ ପ୍ରଗତିର ସ୍ୱର୍ଗତ ଯମଜ ପରିଛା, କଲ୍ୟାଣୀର ରବୀନ୍ଦ୍ର କୁମାର ସାହୁ, ଫାରେଲର ବିସପ ଆନସେଲନ ନାୟକ,ପ୍ରଦତ୍ତର ଶୁସୀଳା ଦାସ,ସେବାର ପ୍ରତିଷ୍ଟାତା ସ୍ୱର୍ଗତ ଚାରୁମଣି ପରିଡା,ସେବା ଭାରତୀର ଅଜୟ ମହାନ୍ତି , ଓଏସିସର ଇ କୁଞବିହାରୀ ସେନାପତି ପ୍ରମୁଖଙ୍କ ବହୁମୂଖି ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରାଯାଇଥିଲା । ମାନବ ଜୀବନର ସ୍ୱଳ୍ପ କାଳ ମଧ୍ୟରେ ସାଧୁତାର ସହ ଯାହା ଲୋକହିତକର କାମକରିଥାନ୍ତି ତାହା ତାଙ୍କୁ ସ୍ମରଣୀୟ କରିଥାଏ ।
ଭୂପୃଷ୍ଠରେ ଜନ୍ମ ମାତ୍ରେ ମରଣ ନିଶ୍ଚିତ।ଏହା ଜାଣି ସୁଦ୍ଧା ଆଜିର ବ୍ୟୟ ବହୁଳ ଯୁଗରେ ଲୋଭ ମୋହରେ ପଡି କେତେକ ଛଦ୍ମବେଶୀ ସତମାର୍ଗରୁ ବିଚ୍ୟୁତ ହୋଇ ମହାନ ବୃତ୍ତିକୁ କଳୁଷିତ କରୁଛନ୍ତି । ସ୍ମୃତି ସଭାରେ ବରିଷ୍ଠ ସାମ୍ବାଦିକ ତଥା ମିଳିତ ନାଗରିକ କମିଟିର ସଭାପତି ଡ ଅରୁପ କୁମାର ଜେନାଙ୍କ ପୌରୋହିତ୍ୟ କରି ନିଜ ଜୀବନରେ କିଛି ସାମାଜିକ କାର୍ଯ୍ୟ କରିବା ସହ ନିଃସ୍ୱାର୍ଥପର ସ୍ୱଛାସେବୀଙ୍କୁ ଉତ୍ସାହିତ କରିବାକୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲା ପ୍ରେସକ୍ଳବର ସଭାପତି ସୁନିଲ ପଟ୍ଟନାୟକ ପରଲୋକ ଗତ ସାମାଜିକ କର୍ମକର୍ତ୍ତାଙ୍କ ସମାଜସେବା କାର୍ଯ୍ୟ ସମ୍ପର୍କରେ ସ୍ମତି ଚାରଣ କରିଥିଲେ।
ଏହି ଅବସରରେ ଫାରେଲର ସମ୍ପାଦକ ଅମିତ ନାୟକ, ପରିବେଶର ସମ୍ପାଦକ ଶାନ୍ତନୁ କୁମାର ମିଶ୍ର,ଆହେଡର ରାଜୀବ ଲୋଚନ ମିଶ୍ର,କଳିଙ୍ଗ ସେବା ସଦନର ଷଷ୍ଠି ପ୍ରସାଦ ମିଶ୍ର,ଗ୍ରାମ୍ୟ ପ୍ରଗତିର ଶିବଶଙ୍କର ବେହେରା,ଓଏସିସର ପରଲୋକ ଗତ ଇ କୁଞବିହାରୀ ସେନାପତିଙ୍କ ଧର୍ମପତ୍ନୀ ରୋଜାଲି ସେନାପତି ,ଆଇନଜୀବୀ ସତ୍ୟନାରାୟଣ ବେହେରା, ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ ବିରଷ୍ଠ ନାଗରିକ ବଂଶୀଧର ପଣ୍ଡା, ବରିଷ୍ଠ ନାଗରିକ ସଂଘ କାର୍ଯ୍ୟକାରୀ ସଭାପତି ନବ କିଶୋର ରଥ,ସାଧାରଣ ସଂମ୍ପାଦକ ପ୍ରଣବ ମଣ୍ଡଳ ,ନାରୀନେତ୍ରୀ ସୁମତି ମହାରଣା , ସେନସ ଭଲର ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ପରଲୋକ ଗତ ସାମାଜିକ କର୍ମକର୍ତ୍ତାଙ୍କ ସ୍ମୃତି ଚାରଣ କରିଥିଲେ। ଶଶାଙ୍କ ଶେଖର ସ୍ମୃତି କମିଟିର ପୃଷ୍ଠପୋଷକ ପଦ୍ମଚରଣ ସାହୁ ସ୍ୱର୍ଗତ ଶାଶାଙ୍କ ସମେତ ବଡ ଆଞାଙ୍କ ତ୍ୟାଗପୂତ ଜୀବନୀ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ।

No Result
View All Result