• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସର୍ବଭାରତୀୟ ଅଫିସର ସଂଘ

Proprietor Abhimanyu Maharana by Proprietor Abhimanyu Maharana
July 7, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସର୍ବଭାରତୀୟ ଅଫିସର ସଂଘ

????????????????????????????????????

Share on FacebookShare on TwitterWhatsapp

ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍)  :- ସର୍ବ ଭାରତୀୟ ଆଇଡିବିଆଇ ଅଫିସର ସଂଘ (ଏଆଇଆଇଡିବିଆଇଓଏ) ଭୁବନେଶ୍ବର ଜୋନ୍‌ ପକ୍ଷରୁ ଏକ ବୈଠକ ୟୁନିଟ-୪ ସ୍ଥିତ ହୋଟେଲ ଭି ପ୍ଲାଟିନା, ପ୍ଲଟ ନମ୍ବର-୨୬୮, ଭେଙ୍କଟେଶ୍ବର ଇିଂଲିଶ ମିଡିୟମ ସ୍କୁଲ ନିକଟରେ, ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଆଇଆଇଡିବିଆଇଓଏର ସାଧାରଣ ସମ୍ପାଦକ ବିଠଲ୍‌ ‌କୋଟେଶ୍ବର ରାଓ, ଭୁବନେଶ୍ବର ଜୋନ୍‌ ସମ୍ପାଦକ ଗୌତମ ପଟ୍ଟନାୟକ, ସଭାପତି ଲଲାଟେନ୍ଦୁ ବେହେରା, ଉପସଭାପତି ଦେବବ୍ରତ ବେହେରା, ଏଆଇବିଓଏର କେନ୍ଦ୍ରୀୟ ପରିଷଦ ସଦସ୍ୟ ପ୍ରତ୍ୟୁଷ ମିଶ୍ର ଯୋଗଦେଇଥିଲେ । ଆଇଡିବିଆଇ ବ୍ୟାଙ୍କର ରାଷ୍ଟ୍ରାୟତ୍ତ ଚରିତ୍ରକୁ ବଜାୟ ରଖିବା ପାଇଁ ଆହ୍ବାନ ଦେବା ଏହି ବୈଠକର ଉଦ୍ଦେଶ୍ୟ ଥିଲା ।

ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଥାଇ ଆଇଡିବିଆଇ ବ୍ୟାଙ୍କ ସର୍ବଦା ଆର୍ଥିକ ଲାଭଦାୟକ ବ୍ୟାଙ୍କିଂ ସମେତ ସାମାଜିକ ବ୍ୟାଙ୍କିଂ ଦିଗ ଉପରେ ଗୁରୁତ୍ବ ଦେଇଆସିଛି । ଆଇଡିବିଆଇ ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(ପିଏମ୍‌ଜେଡିୱାଇ)ରେ ୧୮.୭୨ ଲକ୍ଷରୁ ଅଧିକ ଖାତା ରହିଛି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ଜେୱାଇ)ରେ ୧୦.୮୬ ଲକ୍ଷରୁ ଅଧିକ ଖାତାଧାରକ ଅଛନ୍ତି, ଅଟଳ ପେନସନ ଯୋଜନା (ଏପିୱାଇ)ରେ ୫.୪୮ ଲକ୍ଷରୁ ଅଧିକ ଖାତାଧାରକ ରହିଛନ୍ତି । ଏଥିସହିତ ଆଇଡିବିଆଇ ବ୍ୟାଙ୍କର ୧୯୧ଟି ଆଧାର ପଞ୍ଜୀକରଣ କେନ୍ଦ୍ର ଥିବାବ‌େଳେ ସତାରା ଜିଲ୍ଲାରେ ଥିବା ଗୋଟିଏ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ (ଆଇଡିବିଆଇ-ଆରଏସ୍‌ଇଟିଆଇ)ରେ ୭୧୬୫ ଜଣ ତାଲିମ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୫୨୪୧ ଜଣ ଥଇଥାନ ହୋଇଛନ୍ତି।

ରିଜର୍ଭ ବ୍ୟାଙ୍କ ଦ୍ବାରା ‘ଘରୋଇ କ୍ଷେତ୍ର ବ୍ୟାଙ୍କ’ ଭାବେ ଆଇଡିବିଆଇ ବ୍ୟାଙ୍କର ପୁନଃବର୍ଗୀକରଣ ଫଳରେ ୨୦୧୯ ଡିସେମ୍ବରରୁ ଆଇଡିବିଆଇ ବ୍ୟାଙ୍କର ମେଟ୍ରୋ ଏବଂ ସହରାଞ୍ଚଳ ଶାଖାଗୁଡ଼ିକ କୃଷକମାନଙ୍କୁ ରିହାତି ସୁଧରେ ପ୍ରଦାନ କରାଯାଉଥିବା କେସିସି ଋଣକୁ ବନ୍ଦ ରଖିଛନ୍ତି । ଯଦି ବ୍ୟାଙ୍କ ଘରୋଇ/ବିଦେଶୀ ସଂସ୍ଥା ହାତକୁ ଯାଏ ତାହେଲେ ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ଶାଖାଗୁଡ଼ିକ ମଧ୍ୟ କୃଷକମାନଙ୍କୁ ଋଣ ବନ୍ଦ କରିବେ । ସେହିଭଳି କ୍ଷୁଦ୍ର ଋଣ ଯଥା ମୁଦ୍ରା ଋଣ/ପିଏମସ୍ବନିଧି/ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଭଳି ଋଣ ପ୍ରଦାନ ମଧ୍ୟ କଷ୍ଟକର ହୋଇପଡ଼ିବ । ଏସବୁ ଋଣ ବିନା ବନ୍ଧକ ରାଶିରେ ଛୋଟ ଛୋଟ ବ୍ୟବସାୀଙ୍କୁ ପ୍ରଦାନ କରାଯାଇଥାଏ । ଗରିବ ଛାତ୍ରଛାତ୍ରୀଙ୍କୁ ବିନା ବନ୍ଧକରେ ଦିଆଯାଉଥିବା ଶିକ୍ଷା ଋଣ ମଧ୍ୟ ବନ୍ଦ ହୋଇଯିବ ।

ଆଇଡିବିଆଇ ବ୍ୟାଙ୍କର ମାଲିକ ହେଉଛନ୍ତି କେନ୍ଦ୍ର ସରକାର । ତାଙ୍କ ନିକଟରେ ୪୫.୪୮ ପ୍ରତିଶତ ଅଂଶଧନ ରହିଛି। ଏଥିପାଇଁ ସାଧାରଣ ଲୋକ ବ୍ୟାଙ୍କ ଉପରେ ସେମାନଙ୍କ ବିଶ୍ବାସ ନିରନ୍ତରଭାବେ ରଖି ଆସିଛନ୍ତି । ସେଥିପାଇଁ ୩୧-୦୩-୨୦୨୫ ସୁଦ୍ଧା ଆଇଡିବିଆଇ ବ୍ୟାଙ୍କର ଜମା ୩,୧୦,୨୯୪ କୋଟି ଟଙ୍କାରେ ପହଞ୍ଚିଛି । ଯଦି ଆଇଡିବିଆଇ ବ୍ୟାଙ୍କ ବିକ୍ରି ହୁଏ ତାହେଲେ ସାଧାରଣ ଲୋକଙ୍କ କଷ୍ଟ ଉପାର୍ଜିତ ଧନ ବିପଦ ମୁହଁକୁ ଚାଲିଯିବ । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଆଇଡିବିଆଇ ବ୍ୟାଙ୍କ ଗତ ୫ ବର୍ଷ ହେଲା ନେଟ୍‌ ଲାଭ କରିଆସୁଛି । ୨୦୨୦-୨୧ରେ ଆଇଡିବିଆଇ ବ୍ୟାଙ୍କର ନେଟ୍‌ ଲାଭ ୨୦୨୧-୨୨ରେ ୧୩୫୯ କୋଟି, ୨୦୨୧-୨୨ରେ ୨୪୩୯ କୋଟି, ୨୦୨୨-୨୩ରେ ୩୬୪୫ କୋଟି, ୨୦୨୩-୨୪ରେ ୫୬୩୪ କୋଟି ଏବଂ ୨୦୨୪-୨୫ରେ ୭୫୧୫ କୋଟି ଟଙ୍କା ରହିଛି ।

୨୧୦୬ଟି ଶାଖା ଥିବା ଆଇଡିବିଆଇ ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କ ୪୫.୪୮ ପ୍ରତିଶତ ଅଂଶଧନ ଏବଂ ଭାରତୀୟ ଜୀବନ ବୀମା ନିଗମର ୪୯.୨୪ ପ୍ରତିଶତ ଅଂଶଧନ ରହିଛି। ତେଣୁ କେନ୍ଦ୍ର ସରକାରଙ୍କ ଆଇଡିବିଆଇ ବ୍ୟାଙ୍କ ବିକ୍ରି ପ୍ରସ୍ତାବ ଛୋଟ ଛୋଟ ଚାଷୀ ଏବଂ ଏମଏସଏମଇ ଋଣଗ୍ରହୀତା, ୨୦ ହଜାରରୁ ଅଧିକ କର୍ମଚାରୀ ଏବଂ ଭାରତୀୟ ଜୀବନ ବୀମା ନିଗମର ପଲିସିଧାରୀଙ୍କ ସ୍ବାର୍ଥ ବିରୋଧୀ। ଆଇଡିବିଆଇ ବ୍ୟାଙ୍କର ମୋଟ ଶ୍ରମଶକ୍ତିରେ ୨୯୨୩ ଜଣ ଏସସି, ୧୧୫୬ ଜଣ ଏସ୍‌ଟି, ୫୪୧୫ ଜଣ ଓବିସି, ୬୭୫ ଜଣ ଇଡବ୍ଳ୍ୟୁଏସ, ୬୯୧୧ ଜଣ ମହିଳା, ୮୮୪ ଜଣ ଭିନ୍ନକ୍ଷମ କର୍ମଚାରୀ ରହିଛନ୍ତି। ଘରୋଇକରଣ ହେଲେ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଏସବୁ ଅବହେଳିତ ବର୍ଗର କର୍ମଚାରୀ ପ୍ରଭାବିତ ହେବେ।

ଏଭଳି ପୃଷ୍ଠଭୂମିରେ ଆମେ ଆପଣମାନଙ୍କୁ ଅତ୍ୟନ୍ତ ବ୍ୟଗ୍ରତାର ସହ ଅନୁରୋଧ କରୁଛୁ ଯେ ସାମାଜିକ ବ୍ୟାଙ୍କିଂ, ସମାଜର ଅବହେଳିତ ବର୍ଗ ଏବଂ ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ନିଷ୍ପତ୍ତିର ପୁନଃବିଚାର କରନ୍ତୁ । ଆପଣ ଜାତୀୟ ସ୍ବାର୍ଥ ସହ ରହିବେ ବୋଲି ଆମେ ଦୃଢ଼ ଆଶା ରଖିଛୁ । ସଂସଦରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ଭାରତ ସରକାର ବଜାରରୁ କିମ୍ବା ଭାରତୀୟ ଜୀବନ ବୀମା ନିକଟରୁ ୬ ପ୍ରତିଶତ ଅଂଶଧନ କିଣି ୫୧ ପ୍ରତିଶତକୁ ବୃଦ୍ଧି କରନ୍ତୁ । ଆଇଡିବିଆଇ ବ୍ୟାଙ୍କରେ ଭାରତ ସରକାର ଏବଂ ଭାରତୀୟ ଜୀବନ ବୀମା ନିଗମର ୯୫ ପ୍ରତିଶତ ଅଂଶଧନ ଥିବାରୁ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାବେ ବିବେଚନା କରିବାକୁ ଏଆଇଆଇଡିବିଆଇଓଏ ମତ ରଖିଛି । ଏକ ବିକାଶଧର୍ମୀ ବ୍ୟାଙ୍କ ଭାବେ ଆଇଡିବିଆଇ ବ୍ୟାଙ୍କର ଥିବା ଚରିତ୍ରକୁ ପୁନଃସ୍ଥାପନ କରିବା ଲାଗି ‌ଅନୁରୋଧ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version