No Result
View All Result
କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) :- କଣ୍ଟାବାଞ୍ଜି ବ୍ରାହ୍ମଣ ସମାଜ ପକ୍ଷରୁ ଆଜି ବାହୁଡା ଅବସରରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଆଜି ସ୍ଥାନୀୟ ମାଉସୀ ମନ୍ଦିର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସଭାପତି ଚିନ୍ମୟ କୁମାର ଯୋଶୀ, ଉପସଭାପତି ବିଜୟ କୁମାର ମିଶ୍ର, ସମ୍ପାଦକ ସରୋଜ କୁମାର ପଣ୍ଡା,
ସହ ସମ୍ପାଦକ ଜୟବ୍ରତ ସାହୁ, କୋଷଦକ୍ଷ ଜନାର୍ଦ୍ଦନ ଠାକୁର, ସହ କୋଷଦକ୍ଷ ପ୍ରତ୍ୟୁଷ ପାଣିଗ୍ରାହୀ, ଆଇନ ପରାମର୍ଶଦାତା ପ୍ରଫୁଲ ନାୟକ, ବରିଷ୍ଠ ସଦସ୍ୟ ବ୍ରଜଶ୍ୟାମ ଗୁରୁ, ମନୋଜ ଠାକୁର, ସଞ୍ଜୟ ପଣ୍ଡା, କାଂହୁ ଚରଣ ମିଶ୍ର, ହରିହର ଠାକୁର, ମୋହନ ଖମାରୀ ପ୍ରମୁଖ ସାମିଲ ରହିଥିଲେ । ଏଥିରେ ଶତାଧିକ ଭକ୍ତ ଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିବା କହିଛନ୍ତି ସଭାପତି ଶ୍ରୀ ଯୋଶୀ ।

No Result
View All Result