ପୋଲ କାମ ଅଧପନ୍ତରିଆ ।
ବର୍ଷା ଋତୁରେ ସ୍କୁଲ୍ ବନ୍ଦ୍ ।
ସଗରିଆ ପଡ଼ା ବାସୀ 3ମାସ ପଂଚାୟତ ଯିବା ବନ୍ଦ ।
ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) :- ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ୍ ବଡ଼ବାଙ୍କୀ ରୁ ରଣାପଡ଼ା ଭାୟା ଜାମକି ଯିବା ରାସ୍ତା ୨ବର୍ଷ ହେବ କାମ ସରୁନି। ଲୋକେ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଅଛି। ରଣା ପଡ଼ାରୁ ସେହି ରାସ୍ତା ଦେଈ ଜାମକି ଗାଁ ଦେଇ ଲୋକେ ଯିବା ଆସିବା କରନ୍ତି।

ମଝିରେ ପଡେ ଶଗରିଆପଡ଼ା, ସେହି ପଡାରେ ଏକସରକାରୀ ପ୍ରାଥମିକ ବିଦ୍ୟାଳୟ ଅଛି। ସେହି ସ୍କୁଲ୍ବ ରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି ଓ ନାଳ ଅତିକ୍ରମ କରି ଯିବାକୁ ପଡେ,, ବେଳେ ବେଳେ ନାଳ ପାଣିରେ ଛୋଟ ପିଲା ଛାତ୍ର ଛାତ୍ରୀ ବିପଦ ର ସମ୍ମୁଖିନ ମଧ୍ୟ ହୋଇ ଥାଆନ୍ତି।

ବର୍ଷା ଦିନରେ ଏହି ରାସ୍ତା କାଦୁଅ ପଚ ପଚ ହେବା ସହ ସେହି ପୋଲ ନିର୍ମାଣ ହୋଇ ଥିବା ନାଳ ରେ ମୁଣ୍ଡେ ପାଣି ଆସି ଥାଏ, ଯା ଫଳର ଚାତ୍ର ଛାତ୍ରୀ ସ୍କୁଲ୍ ଜାଇ ପାରନ୍ତି ନାହିଁ। ସେହି ଅଞ୍ଚଳ ବାସୀ ଦିର୍ଘ୍ଦା ଦିନରୁ ଦାବୀ କରି ଆସୁଥିଲେ ମଧ୍ୟ ତାର୍ ସଂପୂର୍ଣ୍ଣ ସ୍ଥାୟୀ ସମାଧାନ ହୋଇ ପାରୁ ନାହିଁ l ୨୦୨୩/୨୪ଆର୍ଥିକ ବର୍ଷରେ କାର୍ଯ୍ୟ ଆରଂଭ ହୋଇ ପୋଲ ଅଧ ପନ୍ତରିଆହୋଇ ରହି ଯାଇଛି।

ସଗରିଆ ପଡ଼ାର ଲୋକେ ବାରମ୍ବାର ପ୍ରଶାସନ କୁ ଦାବୀ କରି ଆସୁଥିଲେ ସୁଦ୍ଧା କାଉନସି ସୁଫଳ ମିଳିପାରିନାହିଁ। ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକା ଫଳର ଏହି କାର୍ଯ୍ୟ ର ନିର୍ମାଣ ସଂପୂର୍ଣ୍ଣ ହୋଇ ପାରୁନାହୁଁ ବୋଲି ସାଧାରଣ ରେ ଦାବୀ ହେଉଛି । ସ୍ଥାନୀୟ ବାସିନ୍ଦା ମକଡଧ୍ଵଜ ମାଝୀ କହିବା ଅନୁସାରେ ଏହି ପୋଲ ସଂପୂର୍ଣ୍ଣ ନ ହେଲେ

ଆମେ ବହୁତ୍ ହଇରାଣ ହେଉଛୁ ଓ ବର୍ଷା ଦିନରେ ପଞ୍ଚାୟାତ କୁ ଭତ୍ତା ହେଉ କି ଚାଉଳ ହେଉ ଏ ସବୁ ଆଣିଯିବା ଅସମ୍ଭବ ହୋ ପଡୁଛି । ଅର୍ଥାତ୍ ଜାମକି ଗାଁ ଦେଇ ସାନବଙ୍କି ରୁ ସାଲେମୁଡଗା ଗାଁ ଦେଇ ବୁଲି କି ୬ କି ମି ଯାଇକି ବଡ଼ବାଙ୍କୀ ପଞ୍ଚାୟତ କୁ ଯିବାକୁ ପଡୁଥିବା କହିଛନ୍ତି ।

ଏହି ରାସ୍ତା ଓ ପୋଲ ରେ ଯାହା ଅନୁଦାନ ଆସୁଛି ତାହା ହଡ଼ପ ହୋଇ ଯାଉଛି ଯାର ବଦଳ ରେ ସେତିକି କାର୍ଯ ହୋଇ ପାରୁନାହୁଁ । ଏନେଇ ତୁରେକେଲା ବିଡ଼ିଓ ପୂର୍ଣାନଦ ପଟେଲ କୁ ପଚାରି ଵାରୁ ଖୁବ୍ ଶିଘ୍ର ଏହାର ତଦନ୍ତ କରି ତାର ସମାଧାନ କରାଯିବ ବୋଲି କହିଠିଲେ । ପ୍ରଶାସନ ଶୁକ୍ରବାର ଗାଁ ଲୋକେ ପ୍ରତି ଘରେ ୨୦୦ଟଙ୍କା ଲେଖାଏଁ ଟଙ୍କା ସଂଗ୍ରହ କରି କୁଲି ମଜୁରି ଡାକି ରାସ୍ତା କାର୍ଯ୍ଯ କରିଛନ୍ତି ।















