ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଡାହୁକ ଡାକିଲା ହୋ ଭଗତେ……ହୋ ଭଗତେ…….ରଥ ଚାଲେ ଘୁଁ, ଚକ ଚାଲେ ଘୁଁ କହିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣନ୍ତି । ରଥଘୋଡା ଉପରେ ଡାହୁକ ଠିଆ ହୋଇ ଲମ୍ବା ବେତ ହଲାଇ ଭକ୍ତଙ୍କୁ ଉତ୍ସାହିତ କରିବା ସହ ରଥ ମୋଡ ସମ୍ପର୍କରେ ବେତ ହଲାଇଥାଆନ୍ତି । ଡାହୁକ ପୁରାତନ ଓ ବଂଶାନୁକ୍ରମିକ । ଶ୍ରୀଗୁଣ୍ଡିଚା, ଦକ୍ଷିଣମୋଡ ଓ ବାହୁଡ଼ାଦିନ ଡାହୁକଙ୍କ ସେବା ରହିଛି ।















