No Result
View All Result
ଚଳିତ ବର୍ଷ ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କଠାରୁ ରାଜ୍ୟ ସରକାର ରବି ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଚାଷୀଙ୍କର ଲକ୍ଷାଧିକ କ୍ୱିଣ୍ଟାଲ ଧାନ ଏପର୍ଯ୍ୟନ୍ତ ବିକ୍ରି ନହୋଇ ପଡ଼ିରହିଛି । ସରକାର କହିଥିଲେ, ଯେଉଁ ଚାଷୀଙ୍କର ବଳକା ଧାନ ମଣ୍ଡିରେ ବିକ୍ରି କରିବାକୁ ପଞ୍ଜିକରଣ ହୋଇଛି, ଏଥିପାଇଁ ଜାରି ହୋଇଥିବା ଟୋକନ ଲାପ୍ସ କରିବ ନାହିଁ ।
ଆବଶ୍ୟକ ସ୍ଥଳେ ଟୋକନର ଅବଧି ମଧ୍ୟ ବୃଦ୍ଧି କରାଯିବ । କିନ୍ତୁ ଦୁର୍ଭାଗ୍ୟର କଥା, ଅଚାନକ ଭାବେ ରାଜ୍ୟ ସରକାର ଜୁନ ୩୦ ତାରିଖ ଧାନ ବିକ୍ରି ଲାଗି ପଞ୍ଜିକରଣର ଶେଷ ଦିନରେ ଆଇସ୍କାନ କରି ଧାନ କିଣିବା ପାଇଁ ଘୋଷଣା କରୁଛନ୍ତି । ରାଜ୍ୟ ସରକାରଙ୍କର ଏପରି ଚାଷୀମାରଣ ନୀତି ପାଇଁ ଓଡ଼ିଶାର ହଜାର ହଜାର ଚାଷୀ ଏବେ ହନ୍ତସନ୍ତ ହେଉଛନ୍ତି ।
ଏଭଳି ନିଷ୍ପତ୍ତି ଚାଷୀଙ୍କ ପ୍ରତି ଅତ୍ୟନ୍ତ ବେପରୁଆ ମନୋଭାବ ପୋଷଣ ସାଙ୍ଗକୁ ଘୋର ପ୍ରତାରଣା କହିଲେ ଭୁଲ ହେବନାହିଁ । ଚାଷୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଥିପ୍ରତି ତୁରନ୍ତ ପଦକ୍ଷେପ ନିଅନ୍ତୁ । ରବି ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ସମସ୍ତ ଚାଷୀମାନଙ୍କ ବଳକା ଧାନ ସରକାର କ୍ରୟ କରନ୍ତୁ । ଲାପ୍ସ ହୋଇଥିବା ଟୋକନର ଅବଧି ବୃଦ୍ଧି କରାଯିବା ସାଙ୍ଗକୁ ଧାନ କ୍ରୟ ସୀମା ମଧ୍ୟ ବୃଦ୍ଧି କରାଯାଉ। ଯାହା ଫଳରେ ଓଡ଼ିଶାର ଚାଷୀ ଭାଇଭଉଣୀମାନେ ଆଶ୍ୱସ୍ତ ହେବା ସହ ବହୁତ ଉପକୃତ ହେବେ ।

No Result
View All Result