No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ହେଉଛି ହେରାପଞ୍ଚମୀ l ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ପଞ୍ଚମ ଦିନରେ ଏହି ହେରା ପଞ୍ଚମୀନୀତି ପାଳିତ ହୋଇଥାଏ l ଏହି ପରିପେକ୍ଷୀରେ ଗଜପତି ଜିଲ୍ଲା ମୋହନା ବ୍ଲକ ଚଦ୍ରଗିରି ଠାରେ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଏହି ଦିନର ବିଶେସତ୍ୱ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ଓ ଭଉଣୀଙ୍କ ସହ ଘୋଷଯାତ୍ରା ଦିନ ମାଉସୀ ଘରକୁ ଯାଇଛନ୍ତି l ସ୍ୱାମୀ ଫେରିନଥିବାରୁ ମା ଲଷ୍ମୀ ଉତକ୍ଷିପ୍ତ ହୋଇ ନନ୍ଦିଘୋଷ ରଥକୁ ଭାଙ୍ଗିଦେଇଥିଲେ l
ପ୍ରଭୁଙ୍କର ସେହି ମାନବୀୟ ଲୀଳାକୁ ହେରାପଞ୍ଚମୀ ଭାବେ ପାଳନ କରାଯାଉଛି l ଏହି ରଥଯାତ୍ରା ରେ ଚନ୍ଦ୍ରଗିରି ଠାରେ ପ୍ରାୟ 150 ଗାଁରୁ 20 ହଜାରରୁ ଉର୍ଦ୍ଧ ସାଧାରଣ ଭକ୍ତ ପ୍ରଭୁଙ୍କର ସେହି ଲୀଳାକୁ ଦର୍ଶନ କରିବା ପାଇଁ ଆସିଥିଲେ l ଏଠାରେ ଭୋଜନ ସମାରୋହ ସହ ନାମସଂକୀର୍ତନ ହୋଇଥିଲା l ଏବଂ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବନ୍ଦବସ୍ତ ହୋଇଥିଲା l ଏବଂ ଶତାଧିକ ଭକ୍ତଙ୍କର ଭିଡକୁ ଆୟତ କରିବାପାଇଁ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ମଧ୍ୟ ମୃତୟନ ହୋଇ ରହିଥିଲେ l

No Result
View All Result