No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ବ୍ଲକ ଆମଣ ପଞ୍ଚାୟତ ର ଫୁଲନଖରା ଛକ ନିକଟସ୍ଥ ଅଡାଳିଆ ଗ୍ରାମରେ ଥିବା ମା’ ମଙ୍ଗଳା ମନ୍ଦିର ଦଶମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଏବଂ ମହାଯଜ୍ଞ ବୁଧବାର ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ କଳସ ବୁଡ଼ାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ମଣ୍ଡଳ ପୂଜା, ଅଗ୍ନି ସ୍ଥାପନ, ସୂର୍ଯ୍ୟ ପୂଜା, କରାଯିବା ସହ ମନ୍ତ୍ର ପାଠ କରାଯାଇ ଘୃତ ଆହୁତି ଦିଆଯାଇଥିଲା ।

ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇ ଯାଇ ଯଜ୍ଞ କାର୍ଯ୍ୟ ସମାପନ କରାଯାଇଥିଲା । ଆୟୋଜିତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ମାନସୀ ପୃଷ୍ଟି, ସମିତି ସଭ୍ୟ ରାଜକିଶୋର ପଟ୍ଟନାୟକ, କଟକ ନଗର ବିଜେପି ଉପ ସଭାପତି ସ୍ବାଧିନ ଚେତା ମହାନ୍ତି , ସଇଂନ୍ଧା ନଛିପୁର ଆଞ୍ଚଳିକ ଗଜଲକ୍ଷ୍ମୀ ପୂଜା କମିଟିର ସମ୍ପାଦକ ଜ୍ୟୋତିର୍ମୟ ବେଉରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଆୟୋଜିତ ଯଜ୍ଞ କାର୍ଯ୍ୟରେ ବନମାଳୀ ବେହେରା କର୍ତ୍ତା ହୋଇଥିଲା ବେଳେ ତାଙ୍କ ସହଧର୍ମିଣୀ କର୍ତ୍ତୀ ହୋଇ ଯଜ୍ଞରେ ବସିଥିଲେ । ସନ୍ୟାସୀ ପୃଷ୍ଟି, ବସନ୍ତ କୁମାର ପୃଷ୍ଟି, ବଳରାମ ସାହୁ, ରମେଶ ପୃଷ୍ଟି, ରମେଶ ବେହେରା,ଶିବ ପୃଷ୍ଟି, ଧନେଶ୍ଵର ପୃଷ୍ଟି, ସନ୍ତୋଷ ସେଠୀ, ପତିତପାବନ ସେଠୀ, ସୁବଳ ସାହୁ, ରଞ୍ଜନ ନାୟକ, କୃଷ୍ଣ ଚନ୍ଦ୍ର ସାହୁ, ମାଗୁଣି ନାୟକ, ବନମାଳୀ ବେହେରା,

ପ୍ରତାପ ସେଠୀ, ସୁଦର୍ଶନ ପୃଷ୍ଟିଙ୍କ ସମେତ ଅଠାଳିଆ ଗ୍ରାମର ସମସ୍ତ ଯୁବକ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ସହଯୋଗ କରିଥିଲେ । ଶେଷରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ମା’ ମଙ୍ଗଳା ଙ୍କ ଆଶିର୍ବାଦ ନେଇଥିଲେ ।

No Result
View All Result