ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଘୋଷଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ଶନିବାର ଚତୁର୍ଦ୍ଧାମୂର୍ତ୍ତୀଙ୍କ ମତ୍ସ୍ୟ ଅବତାର ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନକରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା । ବିଭିନ୍ନ ନୀତିକାନ୍ତିରେ ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା ସହ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l

ଏହି ନବ ଦିନାତ୍ମକ ଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଗୁଣ୍ଡିଚା ମନ୍ଦିର ପରିସରରେ ଶନିବାର ପ୍ରଥମ ଦିନ ସନ୍ଧ୍ୟାରେ ପ୍ରବକ୍ତା ସୂର୍ଯ୍ୟ ନାରାୟଣ ଦାସ ଙ୍କ ଦ୍ୱାରା ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।















