କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ମହାନଗର ନିଗମ ୫୮ ନମ୍ବର ୱାର୍ଡର ନୂଆଗଡ ଖେଳ ପଡିଆ ଠାରୁ ମକରା ଖୁଣ୍ଟିଆ ଘର ପର୍ଯ୍ୟନ୍ତ ଢଳେଇ ରାସ୍ତା କାର୍ଯ୍ୟର ଶିଳାନ୍ୟାସ ଗୁରୁବାର ମଧ୍ୟାହ୍ନରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ନଡ଼ିଆ ବାଡ଼େଇ ଶିଳାନ୍ୟାସ କରିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସିଏମଡି ୫୮ ନମ୍ବର ୱାର୍ଡର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ଗୋପାଳପୁର ମଣ୍ଡଳ ବିଜେପି ସଭାପତି ନିହାର ରଞ୍ଜନ ପଣ୍ଡା, ନୂଆଗଡ ଗ୍ରାମ୍ୟ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀ, କାଳିନ୍ଦୀ ରାଉତଙ୍କ ସମେତ ନୂଆଗଡ ଗ୍ରାମର ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।
ସେହିପରି ବିଧାୟକ ଶ୍ରୀ ସେଠୀ ୩୫ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପ୍ରତାପନଗରୀ ମା ଧାକୁଲେଇଙ୍କ ମୁଖଶାଳା ମଣ୍ଡପର ସେ୍ବ କାର୍ଯ୍ୟର ଶୁଭ ଦେଇଥିଲେ । ପରେପରେ ଭାଣପୁର ଗ୍ରାମର ଵିଜୟ ଢ଼ାବା ଠାରୁ ଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ରାସ୍ତାରେ ବର୍ଷା ପାଣି ଜମି ରହିଥିବାରୁ ଉକ୍ତ ରାସ୍ତାକୁ ଉଚ୍ଚ। କରାଯାଇ ଢାଳେଇ ରାସ୍ତା କାର୍ଯ୍ୟର ବିଧାୟକ ଶିଳାନ୍ୟାସ କରିଥିଲେ । ଆୟୋଜିତ ଉତ୍ସବରେ ସ୍ଥାନୀୟ କର୍ପୋରେଟର,
ବିଭାଗୀୟ ସିଏମଡି କନିଷ୍ଠ ଯନ୍ତ୍ରୀ, ସିଟି ଇଞ୍ଜିନିୟର, ଭାଣପୁର ଗ୍ରାମ୍ୟ କମିଟିର ସଭାପତି ଲକ୍ଷ୍ମୀଧର ଜେନା, ଉପ ସଭାପତି ସନାତନ ରାଉତ, ସଂପାଦକ ଦିଲିପ କୁମାର ନାୟକ, ରାକେଶ କୁମାର ଭଟ୍ଟ, ପରମାନନ୍ଦ ଭଟ୍ଟ, ଶରତ ଚନ୍ଦ୍ର ଜେନା, ପ୍ରମୋଦ କୁମାର ଓଝା, ରାଜେନ୍ଦ୍ର ପାତ୍ର , ରଣଜିତ୍ ନାୟକ, ବାବୁଲି ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଧାୟକ ଭାଣପୁର ଜ୍ୟୋସ୍ନା ବିହାର ଡେଭଲପମେଣ୍ଟ ସୋସାଇଟି ଠାରେ ପହଞ୍ଚି ୨ କୋଟି ୨୯ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଢଳେଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଜ୍ୟୋସ୍ନା ବିହାର ଡେଭଲପମେଣ୍ଟ ସୋସାଇଟି ପକ୍ଷରୁ ସଭାପତି ପ୍ରଭାତ କୁମାର ନନ୍ଦ, ସଂପାଦକ ଭାଗିରଥି ରାଉତ ବିଧାୟକ ଶ୍ରୀ ସେଠୀ ଏବଂ ଉପସ୍ଥିତ କର୍ପୋରେଟର, ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା , ଭାଣପୁର ଗ୍ରାମର ସଭାପତି, ସଂପାଦକ , ଗ୍ରାମ ବାସୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ବିଧାୟକ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଲେ ଯେ ଲୋକଙ୍କ ସରକାର ପ୍ରଥମେ ଢଳେଇ ରାସ୍ତା ଏବଂ ସମସ୍ତ ଗରିବ ଲୋକମାନଙ୍କୁ ପକା ଘର , ପାନୀୟ ଜଳ ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖିଛି ବୋଲି କହିଥିଲେ । ଆୟୋଜିତ ଉତ୍ସବରେ ଜ୍ୟୋସ୍ନା ବିହାର ଡେଭଲପମେଣ୍ଟ ସୋସାଇଟିର ସମସ୍ତ ସଦସ୍ୟଙ୍କ ସମେତ ବିଜେପି କର୍ମୀ ଉପସ୍ଥିତ ଥିଲେ ।














