କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଚିକିତ୍ସା ପ୍ରତିଷ୍ଠାନ (ଶିଶୁ) ଭବନ ନୂତନ କୋଠାର ଏକ ଅଂଶ କାନ୍ଥ ବର୍ଷା ମାଡରେ ଗତ କାଲି ଭୁଷୁଡି ପଡିଛି । ଏହି ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ବ ବାଇକ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୃତ୍ତ୍ୟୁମୁଖରୁ ଅଳ୍ପକେ ରୋଗୀମାନେ ରକ୍ଷା ପାଇଯାଇଛନ୍ତି । ଦୁର୍ଘଟଣା ପରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ୍ ସିନ୍ଦେ ଘଟଣା ସ୍ଥଳକୁ ଯାଇ ଏହାର ତଦନ୍ତ କରିଛନ୍ତି । କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାର ଅନୁସନ୍ଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।















