ସେହି ଜେନେରେଟର ରେ ଲାଗିଥିବା ବ୍ୟାଟେରୀ କିଏ ଚୋରୀ କରି ନେଇଯାଇଥିବା କଣ୍ଟାବାଞ୍ଜି ଥାନାରେ ସୋମବାର ଏତଲା ଦିଆଯାଇଥିବା ବେଳେ ପୁଣି ମଙ୍ଗଲବାର ଦିନ ରାତିରେ ନୂଆଁ ବ୍ୟାଟେରୀ କୁ ଜେନେରେଟର ର ତାଲା ଭାଙ୍ଗି କିଏ ଜଣେ ନେଇ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ଲଗାତାର ଚୋରୀ ହେଉଥିବା ଘଟଣା ମଧ୍ଯ ଆଶ୍ଚର୍ଯ୍ୟ ଓ ଚକିତ କରି ଦେଉଛି ।
କିଏ ଚୋରୀ କରୁଛି, କାହା ର ସହଯୋଗ ରେ ଚୋରୀ କରୁଛି ଓ ପୋଲିସ୍ କାହିଁକି ଯାନିକି ଚୁପ୍ ପଡ଼ିଛି ତାହା ଏକ ବଡ଼ ପ୍ରଶ୍ନ ଅଟେ । ତେବେ ଦୁଇ ଦୁଇ ଥର ଅଳ୍ପ ଦିନ ବ୍ୟବ ଧାନରେ ଚୋରୀ ହେବା ମଧ୍ଯ ଆଶ୍ଚର୍ଯ୍ୟ ର ବିଦାୟ ଅଟେ, ତେବେ ଶିଘ୍ର ପୋଲିସ୍ ତଦନ୍ତ କରି ଚୋର କୁ ଧରିବାକୁ ସାଧାରଣ ରେ ଦାବୀ ହେଉଛି । ଥାନାଧିକାରୀ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

© 2023 Odisha Taza News.