No Result
View All Result
ବଲାଙ୍ଗୀର ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ତୁରେକେଲା :- ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗୀର ଆନୁକୂଲ୍ୟରେ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ପଡିଆ ଠାରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୁରନ୍ଦର ବାଗ,ସମ୍ମାନିୟ ଅତିଥି ବେଦବ୍ୟାସ ନାଗ, ଅବକାରୀ ବିଭାଗ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକାରୀ ସୀତାକାନ୍ତ ମୁଦୁଲି, ଡ଼ିଏସ୍ଇ ହରିହର ଦଳ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର,ଇନ୍ସ୍ପେକଟର ସଚିନ ବେହେରା,
ସବ ଇନିସପେକ୍ଟର ପ୍ରବୀଣ କୁମାର ସାହୁ,ସୁମିତ କୁମାର ସାହୁ,ଏଏସଆଇ ଈଶ୍ୱର ଚନ୍ଦ୍ର ଭୋଇ,ହିଙ୍ଗୁଳା ଦାଶ,କନେଷ୍ଟବଳ ପ୍ରଫୁଲ୍ଲ ନାଗ,ରଞ୍ଜନ ମିଶ୍ର, ଆଶିଷ ପଟେଲ, ଚନ୍ଦନ ପଟେଲ ସହ ସମସ୍ତ ବିଭାଗୀୟ ଅଧିକାରୀ,ତୁରେକେଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ମାଝୀ, ତୁରେକେଲା ଆଞ୍ଚଲିକ ସାଧନ ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ସିନ୍ଧେକେଲା କଲେଜ ଶିକ୍ଷା ବିଭାଗ ଅଧ୍ୟାପକ ଚିନ୍ମୟ ଯୋଶୀ,
ଅଧ୍ୟାପକ ଦେବେନ୍ଦ୍ର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରଥମେ ଇନଡୋର ଷ୍ଟାଡିୟମ୍ ରୁ ଏକ ସଚେତନା ଶୋଭାଯାତ୍ରା ସହର ମୂଖ୍ୟ ରାସ୍ତା ଦେଇ ବାଳକ ହାଇସ୍କୁଲ ପହଞ୍ଚିଲା । ସ୍କୁଲ ରୁ କଦଳୀପାଳି ଛକ ପର୍ଯ୍ୟନ୍ତ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା l ଏଥିରେ ପ୍ରଥମ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା । ପରେ ସମସ୍ତେ ନିଶା ମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ l
ମିନି ମାରାଥନରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଶାରୀରିକ ଶିକ୍ଷା ଶିକ୍ଷକ ଶୁଭେନ୍ଦ୍ର କୁମାର ମହାନ୍ତି (ଟୁକୁ ),ବିନୋଦ ମହାପାତ୍ର,ମନୋଜ ମହାପାତ୍ର,ସୌମ୍ୟ ରଞ୍ଜନ ପାଣିଗ୍ରାହୀ,କୃଷ୍ଣଚନ୍ଦ୍ର ବାରିକ,ରାଜେନ୍ଦ୍ର ଧରୁଆ,ରାଜେନ୍ଦ୍ର ସେଠ,ଡିଙ୍ଗର ମାଝୀ,ଉପେନ୍ଦ୍ର ଚନ୍ଦନ,ଅନିଲ ଦାଶ,ହରିବନ୍ଧୁ ମେହେର,ଡୋଲେଶ୍ୱରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

No Result
View All Result