No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଅଖିଳ ଭାରତବର୍ଷୀୟ ଯାଦବ ମହାସଭା ଉତ୍କଳ ଯାଦବ ମହାସଭା ଓଡ଼ିଶା ପକ୍ଷରୁ ବାହାରିଥିବା ରେଜାଙ୍ଗାଲା ସହିଦ ଦେଶବ୍ୟାପୀ ମିଶନ ଅହିର୍ ରେଜିମେଣ୍ଟ କଳସ ଯାତ୍ରା ସୋମବାର ଅପରାହ୍ନରେ କଟକ ରୁ ନିଆଳି ଅଭିମୁଖେ ଗଲାବେଳେ ପାହାଳ ଥାନା ଅନ୍ତର୍ଗତ ତ୍ରିନାଥ ବଜାର ଠାରେ କଟକ ଜିଲ୍ଲା ବାରଙ୍ଗ ବ୍ଲକ ଯାଦବ ମହାସଭା ପକ୍ଷରୁ ଉଛସିତ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ବାରଙ୍ଗ ବ୍ଲକ ଯାଦବ ମହାସଭା ପକ୍ଷରୁ ବିପ୍ଳବ ଯାଦବ, ପ୍ରଶାନ୍ତ କୁମାର ବେହେରା, ଅଜୟ କୁମାର ବେହେରା, ପ୍ରଶାନ୍ତ କୁମାର ଦାସ, ପ୍ରମୋଦ କୁମାର ବେହେରା, ପ୍ରଦୀପ ବେହେରା, ରାଜୁ ବେହେରା, ବିକ୍ରମ ବେହେରା, ସୂର୍ଯ୍ୟ କାନ୍ତ ବେହେରା ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି ରେଜାଙ୍ଗାଲା ସହିଦ ମିଶନ ଅହିର୍ ରେଜିମେଣ୍ଟ କଳସ ଯାତ୍ରା ସ୍ଵାଗତ ଜଣାଇବା ସହିତ ଏହି ଶୋଭାଯାତ୍ରାରେ ଯାଉଥିବା ରାଷ୍ଟ୍ରୀୟ ସଚିବ ରମେଶ ରାଓ ପାଇଲଟ,

ପିତାମ୍ବର ଦାସ, ରାଷ୍ଟ୍ରୀୟ ଉତ୍କଳ ଯୁବ ଯାଦବର ସଭାପତି ଇଞ୍ଜିନିୟର ପ୍ରଦିପ ବେହେରା, କଟକ ଜିଲ୍ଲା ଯାଦବ ମହାସଭାର ସଭାପତି ସମର ବେହେରା, କଟକ ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ଜନାର୍ଦ୍ଦନ ପରିଡ଼ା, ତୀର୍ଥ ବାସୀ ବେହେରା, ନନ୍ଦଲାଲ ସିଂ ଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ପରେପରେ ଉକ୍ତ କଳସ ଯାତ୍ରା ନିଆଳି ଅଭିମୁଖେ ଯାତ୍ରା କରିଥିଲା । ଉକ୍ତ କଳସ ଯାତ୍ରା କୁ ବାଗଲପୁର, କଣ୍ଟାପଡ଼ା,ନିଆଳୀ ଠାରେ ଯାଦବ ମହାସଭାର ଭାଇ ମାନେ ସ୍ଵାଗତ କରିବା ସହ ପୂର୍ଣ୍ଣ ବୀର ସହିଦ ମାଟି କଳସକୁ ଧୂପ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ ।

No Result
View All Result