No Result
View All Result
ପ୍ରଶାସନ କୁ ଗୁହାରୀ କଲେ ଦିବ୍ୟାଙ୍ଗ ପରିବାର ।
ଆବାସ ଯୋଜନା ପାଇଁ ଗୁହାରୀ ।
ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) :- ଆମେ ଆଦିବାସୀ ଗରୀବ ଦିବ୍ୟାଙ୍ଗ ପରିବାର । ଆମର ଜମି ବାଡ଼ି କିଛି ନାହିଁ। ଅନ୍ୟ ଘରେ ମୂଳ ଲାଗିଲେ ଖାଇବାକୁ ମିଳେ। ସ୍ବାମୀ ସ୍ତ୍ରୀ ଦୁଇଜଣ କୁଳୀ ମଜୁରି କରି ଚଲୁଛୁ। ଘର ଖଣ୍ଡିଏ ନାହିଁ । ଚାଲ ଛପର ଘରେ ରହୁଛୁ। ଝିଅ ଦିବ୍ୟାଙ୍ଗ ତାକୁ ମଧ୍ଯ ଭତ୍ତା କି ସରକାରି ସହାୟତା କିଛି ମିଳୁନାହିଁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳୁଛି,ତୁରେକେଲା ବ୍ଲକ୍ ବୁରୋମାଲ ପଞ୍ଚାୟତ ଅନ୍ତର୍ଗତ କୁକୁଡ଼ାହାଡ ଗାଁ ହାତମୁଡ଼ା ର ଲତା ଝାଙ୍କର ।
ବୟସତାଙ୍କ୍ ୯ବର୍ଷ, ଦୁଇ ଆଖି ଜନ୍ମରୁ ଦେଖାଯାଏ ନାହିଁ, ସେ ସମ୍ପୂର୍ଣ ଅନ୍ଧୁଣି ଅଟନ୍ତି ଓ ସେ ୯୦ପ୍ରତିଶତ ଦିବ୍ୟଙ୍ଗ ପ୍ରମାଣ ପତ୍ର ମଧ୍ୟ ପାଇ ଛନ୍ତି । କିନ୍ତୁ ତାଙ୍କୁ କୌଣସି ସରକାରୀ ସହାୟତା ମିଲି ନ ଥିବା ଅଭିଯୋଗ ସମ୍ନାକୁ ଆସିଛି,, ବାରମ୍ବାର ସ୍ଥାନୀୟ ସରପଞ୍ଚ, ବ୍ଳକ ପ୍ରଶାସନକୁ କହିଲା ପରେ ମଧ୍ଯ ଧ୍ୟାନ ଦେଉନଥିବା ପରିବାର ଲୋକେ ଅଭିଯୋଗ ଆଣଛନ୍ତି । ମାଁ ସୁଭାଷିନୀ ଝାଙ୍କର କହିବା ଅନୁସାରେ ଝିଅ ପାଠ ପଢିବାକୁ ଚାହୁଚି ହେଲେ ପାଠ ପଢ଼ି ପାରୁନାହି,
ସହାୟତା ମଧ୍ଯ କିଛି ମିଳୁନାହିଁ, ଭତ୍ତା କିମ୍ୱା ଘର ଖଣ୍ଡିଏ ମଧ୍ଯ ମିଳୁନାହିଁ, ଆମେ ଆଦିବାସୀ ପରିବାର ହେଲେ ସୁଦ୍ଧାସରକାର୍ ଆମ କଥା ସୁଣୁ ନାହି, ଆମକୁ ଘର ଖଣ୍ଡିଏ ଏଵଂ ମୋ ଝିଅକୁ ଭତ୍ତା ଓ ପାଠ ପଢ଼ାଇବର୍ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି। ଏଭଳି ସମସ୍ୟା ଘେରରେ ରହିଛନ୍ତି ଏହି ଆଦିବାସୀ ପରିବାର ସରକାରୀ ସହାୟତା ସାତ ସପନ ହୋଇ ଯାଇଛି, ଏହି ପରିବାର ଙ୍କୁ ଶିଘ୍ର ସରକାରୀ ଯୋଜନାରେ ସାମିଲ କରିବାକୁ ସାଧାରଣ ରେ ଦାବୀ ହେଉଛି। ଏନେଇ ତୁରେକେଲା ବିଡ଼ିଓ ପୂର୍ଣାନନ୍ଦ ପଟେଲ ଙ୍କୁ ପଚାରି ବାରୁ ତଦନ୍ତ କରି ଶୀଘ୍ର ସରକାରି ସହାୟତା ପ୍ରଦାନ କରାଯିବ ବୋଲି କହିଚନ୍ତି ।

No Result
View All Result