No Result
View All Result
ବଲାଙ୍ଗୀର (ଓଡ଼ିଶା ତାଜା ନ୍ୟୁଜ୍) ତୁରେକେଲା :- ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଘୁନେଶ ପଞ୍ଚାୟତ ଖୁଜେନ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ଶତ୍ରୁତା ସହ ଗୁଣିଗାରେଡି କୁ ସନ୍ଦେହ କରି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତ୍ରି ରେ ଘର ବାହାରେ ଶୋଇଥିବା ବେଳେ ଗାଁର ତୁଲାରାମ ଜାନୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସାମ୍ନା କୁ ଆସିଛି ।
ହତ୍ୟା ସନ୍ଦେହେ ରେ ୪ ଜଣ ପୁତୁରା ଡିଙ୍ଗର ଜାନୀ, ରୁକ୍ମଣ ଜାନୀ, ସୁକାନନ ଜାନୀ, ରୂପବନ୍ତ ଜାନୀ ଙ୍କୁ ଅଟକ ରଖିଛି ତୁରେକେଲା ପୋଲିସ । ଘଟଣା ସ୍ଥଳରେ ବଲାଙ୍ଗୀର ରୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରୁଛି । ସୂଚନା ଅନୁସାରେ ,ଗତ କିଛି ବର୍ଷ ତଳେ ସୁଲଆନା ଜାନୀ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହୋଇ ତାଙ୍କ ମୃତ୍ୟୁ ହୋଇଥିଲା ।
ପରେ ତୁଲାରାମ ଜାନୀ ହିଁ ବାପା ଙ୍କୁ ଗୁଣି ଗାରେଡି କରିଥିବା ନେଇ ତାଙ୍କ ୪ ଜଣ ପୁତୁରା ସନ୍ଦେହ କରି ରହୁଥିଲେ । ତେବେ ଗତ କାଲି ବିଳମ୍ବିତ ରାତ୍ରି ରେ ଯୋଜନା ବଦ୍ଧ ଭାବେ ଟାଙ୍ଗିଆ ରେ ୪ ଜଣ ପୁତୁରା ଅତର୍କିତ ଭାବେ ଆକ୍ରମଣ କରି ହତ୍ୟା କରିଥିବା ନେଇ ସୂଚନା ମିଳିଛି ।

No Result
View All Result