ଜିଲ୍ଲା ପ୍ରଶାସନ ଆଖି ଥାଇ ଅନ୍ଧ
ବିନା ସୂଚନା ଫଳକ ରେ ଚାଳିଛି ରାସ୍ତା କାମ : ନିମ୍ନ ମାନର କାର୍ଯ୍ୟ ଅଭିଯୋଗ – ତଦନ୍ତ ପାଇଁ ଦାବି ।
ତୁରେକେଲା (ଓଡ଼ିଶା ତାଜା ନ୍ୟୁଜ୍) :- ତୁରେକେଲା ବ୍ଲକ ରେ ଚାଳିଛି ସରକାରୀ କାମ ରେ ଅନିୟମିତତା। ଠିକାଦାରଓ ଯନ୍ତ୍ରୀ ମାଲେ ମାଲ୍। ଲୋକ ପ୍ରତିନିଧି ଙ୍କ ଜାନତ ରେ ହେଉଛି ହରି ଲୁଟ । ବ୍ଲକ ପ୍ରଶାସନ ଙ୍କ ଆଖିରେ ଅନ୍ଧ ପୁଟୁଳି। ଏ ଭଳି ଦେଖାଇବାକୁ ମିଳିଛି ମାନ୍ଦଲା ରୁ କୁଇବାହାଲ ଯିବା ରାସ୍ତା । ଏହି ରାସ୍ତା ପ୍ରାୟ ୨ କିମି ମୁରୁମ୍ ମେଟାଲ କାର୍ଯ୍ୟ ସମ୍ପାଦନ ହୋଇଛି ତଥାପି ଏହାର ସୂଚନା ଫଳକ ନାହିଁ , ଯୋଉଥୀ ପାଇଁ ଏହା କେଉଁ ବିଭାଗର କାର୍ଯ୍ୟ, କାର୍ଯ୍ୟର ଅଟକଳ କେତେ, ବାଦୈନିକ ମଜୁରୀ କେତେ ତାହା ସାଧାରଣ ଜନତା ଜାଣି ପାରୁନାହାନ୍ତି ।

ଲୋକେ ସନ୍ଧେହ କଲେଣି କି ଏହି କାର୍ଯ୍ୟ ରେ ଠିକାଦାର , ଯନ୍ତ୍ରୀ ଲୋକପ୍ରତିନିଧି ଙ୍କ ଶଳା ସୁତୁରା ରେ ହୋଇ ଟଙ୍କା ହଡ଼ପ ଉଦ୍ୟମ କରୁଥିବା ଅଭିଯୋଗ ହୋଇଅଛି । ତେବେ ସରକାରୀ ନିୟମ ଅନୁସାରେ ଯେକୌଣସି କାର୍ଯ ଆରମ୍ଭ ପୂର୍ବରୁ ସୂଚନା ଫଳକ ଅନିବାର୍ଯ୍ୟ ରହିଥିବା ବେଳେ ତାର ବ୍ୟତିକ୍ରମ ଦେଖାଇବାକୁ ମିଳିଛି ଏହି ଅଞ୍ଚଳ ମାନଙ୍କରେ । ରାସ୍ତା ନିର୍ମାଣ କ୍ୟାର୍ଯ୍ୟ ଶେଷ ହୋଇ ଯାଇଥିଲେ ସୁଦ୍ଧା ଏହି ରାସ୍ତାର ସୂଚନା ଫଳକ ଲଗା ଯାଇନାହିଁ । ତେଣୁ ଏଇଠି ସ୍ପଷ୍ଟ ବାରି ହେଉଛି ଦୁର୍ନୀତିର ଗନ୍ଧ। ପୁଣି ମାନ୍ଦଳା ରୁ ପଖନମୁଣ୍ଡା ରାସ୍ତା ମଧ୍ୟ ନିମ୍ନ ମାନ କାର୍ଯ୍ୟ ହୋଇ ଥିବା ଅଭିଯୋଗ ହେଉଅଛି ।
















