No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ମହାନଗର ନିଗମ ୪ ନମ୍ବର ୱାର୍ଡ ପାହାଳ ବଜାର ନିକଟରେ ଥିବା ଏକ ପଡ଼ିଆ ପାହାଳ ର୍ମୈ।ଜା ଖାତା ନମ୍ବର – ୩୬୧, ପ୍ଲଟ ନମ୍ବର – ୪୪୦,୪୪୭ କିସମ ଗୋଚର । ଏହି ଜମି ଉପରେ ପାହାଳ, ଯୋହଳ ସମେତ ଆଖପାଖ ଅଞ୍ଚଳର ଜନ ସାଧାରଣ, ବରିଷ୍ଠ ନାଗରିକ, ଯୁବକ, ପାଖରେ ଥିବା ଦୁଇଟି ବିଦ୍ୟାଳୟର ଛାତ୍ରଛାତ୍ରୀ ,ବିଭିନ୍ନ ରାଜନୈତିକ ଦଳ ସଭା ସମିତି କରିବା ସହିତ, ପାହାଳ ଗ୍ରାମବାସି ଏବଂ ପାହାଳ ବଜାରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପଡ଼ିଆରେ ଦୀର୍ଘ ବର୍ଷ ଧରି କରାଯାଇ ଆସୁଅଛି ।

ଏହା ସହିତ ଯୁବକ ମାନେ ଏବଂ ଦୁଇ ସ୍କୁଲର ଛାତ୍ରଛାତ୍ରୀମାନେ ଉକ୍ତ ପଡ଼ିଆରେ ବିଭିନ୍ନ କ୍ରୀଡା କସରତ କରିଥାନ୍ତି । ଏହି ପଡ଼ିଆକୁ ଜିଏ ଡିପାର୍ଟମେଣ୍ଟ ପାହାଳ ଠାରେ ଅସ୍ଥାୟୀ ଘରେ କାର୍ଯ୍ୟ କରୁଥିବା ଦମକଳ କେନ୍ଦ୍ର ପାଇଁ ଆଲାଟମେଣ୍ଟ କରିଥିବା ଘଟଣା ଏବେ ଜଣା ପଡ଼ିବାରୁ ପାହାଳ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହିତ ଆଜି ଏକ ସାମ୍ବାଦିକ ସମ୍ମିଳନୀ ପାହାଳ ଗ୍ରାମ୍ୟ କମିଟିର ସଭାପତି ପଦ୍ମନାଭ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏହି ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ କର୍ପୋରେଟର ସୁକୁମାର ସାହୁ, ଅକ୍ଷୟ କୁମାର ଲେଙ୍କା, ସୁଧୀର ପଟ୍ଟନାୟକ, ପ୍ରମୁଖ ଯୋଗ ଦେଇ କହିଲେ ଯେ, ଜିଏ ଡିପାର୍ଟ ମେଣ୍ଟ ପାହାଳ ଦମକଳ କେନ୍ଦ୍ର ପାଇଁ ଦୀର୍ଘ ବର୍ଷ ଧରି ଗ୍ରାମ ବାସୀ ବ୍ୟବହାର କରିଆସୁଥିବା ଜମିକୁ ହଠାତ୍ ପାହାଳ ଗ୍ରାମବାସୀଙ୍କୁ ନଜଣାଇ କିମ୍ବା ସ୍ଥାନୀୟ କର୍ପୋରେଟର, ବିଧାୟକଙ୍କ ମତାମତ ନନେଇ ଦମକଳ କେନ୍ଦ୍ର ପାଇଁ ଜମି ଆଲାର୍ଟ କରିବା ଘଟଣାକୁ ଦୃଢ଼ ବିରୋଧ କରିଛନ୍ତି ।

ସରକାର ଦମକଳ କେନ୍ଦ୍ର ପାଇଁ ଯଦି ଜମି ଦେବାକୁ ଚାହୁଁ ଛନ୍ତି ତେବେ ପାହାଳ ର ନୂତନ ଥାନା ପାଖରେ ଏବଂ ପୁରୁଣା ଥାନା ପାଖରେ ଥିବା ପର୍ଯ୍ୟାପ୍ତ ପରିମାଣର ଜମିରେ ଦମକଳ କେନ୍ଦ୍ର କରନ୍ତୁ ବୋଲି ପ୍ରକାଶ କରିଥିଲେ । ଉକ୍ତ ଜମିକୁ ଜିଏ ଡିପାର୍ଟ ମେଣ୍ଟ ବାତିଲ କରି ଗ୍ରାମ ବାସୀ ଏବଂ ସମସ୍ତ ଲୋକଙ୍କ କାମରେ ଆସୁଥିବା ଜମିକୁ ଛାଡି ଦିଅନ୍ତୁ ବୋଲି କହିଥିଲେ । ଯଦି ଏହି ଜମିକୁ ନଛାଡନନ୍ତି ତେବେ ଯେଉଁ ଅପ୍ରିତୀକର ପରିସ୍ଥିତିକୁ ସୃଷ୍ଟି ହେବ ସେଥି ପାଇଁ ପ୍ରଶାସ ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପାହଳ ଗ୍ରାମର ସମସ୍ତ ଯୁବକ,ମୁରଵୀ ମହିଳା ଏବଂ ଆଖ ପାଖ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ରହି ଏହାକୁ ଦୃଢ଼ ବିରୋଧ କରିଥିଲେ ।

No Result
View All Result