No Result
View All Result
ନିମାପଡା (ଓଡ଼ିଶା ତାଜା ନ୍ୟୁଜ୍) :- ନିମାପଡାର ଭିଲିଗ୍ରାମ, ବିଷ୍ଣୁପୁର ଠାରେ ରଜ ଗଣପର୍ବ ପାଳନ ଅବସରରେ ଆୟୋଜିତ ଅଷ୍ଟମ ରଜ ମହୋତ୍ସବର ସମାରୋହ ୨୦୨୫ ର ବିଭିନ୍ନ ପ୍ରତିଯୋଗିତାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକକ ନୃତ୍ୟ ଅଭିନୟ ପ୍ରଦର୍ଶନ କରି ଆଦର୍ଶ ଶିଶୁ ନିକେତନ ବନମାଳୀପୁରର ଛାତ୍ରୀ ପାୟଲ ସାହୁ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି ।

ଭିଲୀଗ୍ରାମ ଗ୍ରାମପଞ୍ଚାୟତ ପକ୍ଷରୁ ଆୟୋଜିତ ରଜ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରଯୁକ୍ତ ସମୀର ରଞ୍ଜନ ଦାଶ , ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜ ସେବୀ ଜଗଦାନନ୍ଦ ସାବୁତ୍, ଏବଂ ସମ୍ମାନୀତ ଅତିଥିଭାବେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ବରଗଡର କଂସ ମହାରାଜ ଦେବରାଜ ଛତ୍ରୀୟା, ସମାଜସେବୀ ସଙ୍ଗୀତା ଦାଶ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାଶ,

ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ ସେଠୀ, ସମାଜ ସେବୀ ସୁଧୀର ରଞ୍ଜନ ଦାଶ, ରଜ ମହୋତ୍ସବ କମିଟିର ସଭାପତି ସୀମାନ୍ତ ଶେଖର ରଥ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗୀତାରେ କୃତୀତୋ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର, ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ସେମାନଙ୍କର ଶୁଭ କାମନା କରିଥିଲେ । ଏହି ଉତ୍ସଵରେ କଂସ ମହାରାଜ ବରଗଡ ଧନୁଯାତ୍ରାର ଦୃଶ୍ୟ ଦେଖାଇ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲେ ।

ସେହି ପରି ଏ ବର୍ଷର ରଜ କୁମାରୀ ଭାବେ ବିଜୟ ମୁକୁଟ ପିନ୍ଧିଛନ୍ତି ସୃତି ସୁମନ ବଳ ଏବଂ ମିସ୍ ଇଣ୍ଡିଆ ଭାବେ ସଂଚିତା ଦାଶ । ଏହି ସମ୍ବର୍ଦ୍ଧନା ଉତ୍ସର ମୁଖ୍ୟ ସଂଯୋଜକ ଶ୍ରୀଯୁକ୍ତ ବିଦ୍ୟାଧର ଭୋଇ ଅତିଥିଙ୍କ ପରିଚୟ ପ୍ରଦାନ କରିବେଳେ ସଂପାଦକ ରବୀନ୍ଦ୍ର କୁମାର ନାୟକ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ ।

ଏହି ରଜ ମହୋତ୍ସବରେ ଶଙ୍ଖ ବାଦକ, ହୁଳହୁଳି, ପୁଚି, ଚାସଖେଳ, ଏକକ କଣ୍ଠ ସଂଗୀତ, ଅଭିନୟ, ଝୋଟି, ଏକକ ନୃତ୍ୟ, ଗ୍ରୁପ୍ ଡାନ୍ସ, ନୃତ୍ୟ ଇତ୍ୟାଦି କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ କଳାକାର, ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ବିଭିନ୍ନ ଆକର୍ଷଣୀୟ ନୃତ୍ୟ, ସଂଗୀତ, ଅଭିନୟକୁ ଉପଭୋଗ କରିଥିଲେ । ଏହି ରଜ ଗଣମହୋତ୍ସବ ପ୍ରତି ବର୍ଷ ଭିଲୀଗ୍ରାମ, ବିଷ୍ଣୁପୁର ଠାରେ ଧୁମୁଧାମରେ ପାଳିତ ହୋଇ ଆସୁଅଛି , ଅନୁଷ୍ଠାନର ଏହି ଉତ୍ସବକୁ ବିଭିନ୍ନ ଅଞ୍ଚଳରେ ବହୁ ପ୍ରଶଂସା ଓ ଧନ୍ୟବାଦ୍ ପ୍ରଦାନ କରାଯାଇଛି ।

No Result
View All Result