ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ,ଆମଣ । କୁଦ ସ୍ଥିତ ପ୍ରାଚୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ୨୦୨୫ ମାଟ୍ରିକ ପରୀକ୍ଷାରେ ୫୧୪ ନମ୍ବର ରଖି ବାଲିପାଟଣା ବ୍ଲକର ବ୍ଲକ୍ ଗ୍ରାଣ୍ଡ ବିଦ୍ୟାଳୟ ଭିତରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରୀ ସ୍ଵାତୀ ସୁଭ୍ରା ନାୟକଙ୍କୁ ଉତ୍ସାହିତ କରିବା ଲାଗି ଜୟଦେବ ନ୍ୟୁଜ୍ ଆଣ୍ଡ ମିଡ଼ିଆ ଫାଉଣ୍ଡେସନର ଚେୟାରମ୍ୟାନ ଗଗନ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଆଜି କୁଦପାଟଣା ସ୍ଥିତ ସ୍ଵାତି ଶୁଭ୍ରା ନାୟକଙ୍କ ବାସଭବନରେ ପହଂଚିଥିଲେ l

ଏହି ସମ୍ବର୍ଦ୍ଧନା ଲାଗି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିପାଟଣା ପ୍ରେସ କ୍ଳବର ସଭାପତି ଦିଲ୍ଲୀପ କୁମାର ଓଝା ସମ୍ମାନିତ ଅତିଥିଭାବେ ,ବରିଷ୍ଠ ସାମ୍ବାଦିକ ରମେଶ ରଥ, ଅରୁଣ ଶତପଥି, ଜୟଦେବ ନ୍ୟୁଜ୍ ଆଣ୍ଡ ମିଡ଼ିଆ ଫାଉଣ୍ଡେସନର ଉପଦେଷ୍ଟା ବିଜୟ କୁମାର ଭୋଇ, ସୁକାନ୍ତ ଭୋଇଙ୍କ ସହ ପ୍ରାଚୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମ୍ବିକା ପ୍ରସାଦ ଛୋଟରାୟ, ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ନାଥ ବରାହି ଓ ଅନ୍ୟ ସହକାରୀ ଶିକ୍ଷକଙ୍କ ସହ ଛାତ୍ରୀଙ୍କ ପିତା ମାତା ଏବଂ ଗ୍ରାମର ବୁଦ୍ଧିଜୀବୀ ଓ ମୁରବିମାନେ ଉପସ୍ଥିତ ଥିଲେ l














