• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୋଏଡ଼ାଠାରେ ପ୍ରଥମ ରଜ ପର୍ବ ବହୁ ଆଡ଼ମ୍ବରରେ ପାଳନ

Proprietor Abhimanyu Maharana by Proprietor Abhimanyu Maharana
June 16, 2025
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ନୋଏଡ଼ାଠାରେ ପ୍ରଥମ ରଜ ପର୍ବ ବହୁ ଆଡ଼ମ୍ବରରେ ପାଳନ
Share on FacebookShare on TwitterWhatsapp

ନୋଏଡ଼ା/ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) :-  ନୋଏଡ଼ାଠାରେ ପ୍ରଥମ ଥର ପାଇଁ ବହୁ ଆଡ଼ମ୍ବର ଏବଂ ଖୁବ ଜାକଜମକରେ ରଜ ପର୍ବ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ଉତ୍ସବ ସ୍ଥଳ ନୋଏଡ଼ା ଷ୍ଟାଡିୟମର ରାମଲୀଳା ମୈଦାନକୁ ଖୁବ ସୁନ୍ଦର ଭାବରେ ସଜାଯାଇ,ଏକ କ୍ଷୁଦ୍ର ଓଡ଼ିଶାର ରୂପ ପ୍ରଦାନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା। ସାମୁଦାୟିକ ବିକାଶ ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ସମାରୋହରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ଯର ଭବ୍ୟ ସମାରୋହ ଘଟିଥିବା ଦେଖାଯାଇଥିଲା । ଓଡ଼ିଶାର ସବୁଠୁ ଲୋକପ୍ରିୟ ଗଣପର୍ବ ଭାବରେ ପରିଗଣିତ ରଜ ମାତୃ ଉପାସନା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ।

ମାଟି ମା’ ଯେତେବେଳେ ମୌସୁମୀ ଆଗମନ କାଳରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହୁଏ, ସେତେବେଳେ ଏହି ପାର୍ବଣ ପାଳନ କରାଯାଇଥାଏ। ଉତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ଏଠାରେ ପ୍ରାୟ ପଚିଶ ହଜାର ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣଙ୍କର ସମାଗମ ଘଟିଥିବା ନଜରକୁ ଆସିଥିଲା। ନୋଏଡ଼ାରେ ପ୍ରଥମ ଥର ପାଇଁ ବ୍ୟାପକ ଆକାରରେ ରଜ ପର୍ବ ଅନୁଷ୍ଠିତ ହେଉଥିବାରୁ ଉଭୟ ଆୟୋଜକ ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏହାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍କଣ୍ଠା, ଅସୀମ ଉତ୍ସାହ ଏବଂ ଅଦମ୍ୟ ଉଦ୍ଦୀପନା ପ୍ରକାଶ ପାଇଥିବା ପରିଲକ୍ଷିତ କରାଯାଇଥିଲା ।

ଉପସ୍ଥିତ ବରେଣ୍ୟ ଅତିଥି ବୃନ୍ଦ ଯଥା :- ଗୌତମ ବୁଦ୍ଧ ନଗରର ସାଂସଦ ଡଃ. ମହେଶ ଶର୍ମା , ବିଜେପି ନେତା ବିଜୟ ପାଲ ସିଂହ ତୋମାର ଓ ମହେଶ ଚୌହାନ, ପ୍ରତିଷ୍ଠିତ ଉଦ୍ୟୋଗପତି ରାଜେଶ ସହାୟ, ଵାସ୍ତୁବିତ ଗୌତମ ରିଷି, ଜିଲ୍ଲା ମାଜିଷ୍ଟ୍ରେଟ ମନୀଷ ବର୍ମା ଓ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ପ୍ରମୁଖ ସେମାନଙ୍କର ଭାଷଣରେ ସାମୁଦାୟିକ ବିକାଶ ସମିତି ଏବଂ ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷ ବରିଷ୍ଠ ଚାଟାର୍ଡ ଏକାଉଣ୍ଟଟାଣ୍ଟ ତଥା ବିଶିଷ୍ଟ ସାମଜସେବୀ ଡଃ. ମନୋରଞ୍ଜନ ମହାନ୍ତିଙ୍କୁ ନୋଏଡ଼ାରେ ପ୍ରଥମ ଥର ପାଇଁ ରଜ ପର୍ବର ବିଶାଳକାୟ ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ। ଉତ୍ତର ପ୍ରଦେଶ ଏବଂ ଓଡ଼ିଶାର ମହାନ କଳା ସଂସ୍କୃତି ମଧ୍ୟରେ ସମ୍ପର୍କ ଓ ସାମଞ୍ଜସ୍ୟର ସେତୁ ସ୍ଥାପନା କରିବା ପାଇଁ ଡଃ.ମହାନ୍ତିଙ୍କର ମହତ ଉଦ୍ୟମକୁ ସେମାନେ ଭୂୟସୀ ପ୍ରଶଂସା କରିଥିଲେ। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଆୟୋଜକ ଡଃ. ମହାନ୍ତି ରଜ ପର୍ବ ଏକ ସାଧାରଣ ଉତ୍ସବ ନୁହେଁ ବରଂ ଏହା ମାତୃଭୂମି, ମାତୃଭାଷା ଏବଂ ମାତୃତ୍ୱ ପ୍ରତି ଆମର ଶ୍ରଦ୍ଧା ସୁମନ ସମର୍ପଣର ମହାର୍ଘ ଅବସର ବୋଲି ଉଲ୍ଲେଖ କରିଥିଲେ।

ସମାରୋହର ମୁଖ୍ୟ ଆକର୍ଷଣ ହାସ୍ୟ ସମ୍ରାଟ ପପୁ ପମପମ୍ , ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅନିନ୍ଦିତା ଦାସ, ଦେବେଶ ପତି, ପପୁ ପଣ୍ଡା, ସୁଶ୍ରୀ ଜ୍ୟୋତି, ସ୍ଵରୂପ ଭଲଓଁକର ଏବଂ ସୁପ୍ରସିଦ୍ଧ ଓଲିଉଡ ତାରକା ଅଶୃମୋଚନ ମହାନ୍ତିଙ୍କର ପ୍ରଭାବଶାଳୀ ପ୍ରସ୍ତୁତିଗୁଡ଼ିକ ଥିଲା। ରଜ ପର୍ବର ସ୍ଵତନ୍ତ୍ର ଆକର୍ଷଣ ଓଡ଼ିଆ ଖାଦ୍ୟ ଉତ୍ସବ ଥିଲା। ଏହି ଅବସରରେ ଅତିଥି ଅଭ୍ୟାଗତମାନଙ୍କୁ ନାନା କିସମର ଖାଣ୍ଟି ଓଡ଼ିଆ ଖାଦ୍ୟ ପରସା ଯାଇଥିଲା। ଏହା ମଧ୍ୟରେ କଟକର ଦହିବରା ଆଳୁଦମ, ସାଲେପୁର ରସଗୋଲା, ପୁରୀର ଟଙ୍କ ତୋରାଣି, କୋରାପୁଟର ବାରମଜା ଏବଂ ଯାଜପୁରର ପ୍ରସିଦ୍ଧ ପାନ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ ଓଡ଼ିଶା ପ୍ରସିଦ୍ଧ ନାନା କିସମର ପିଠା ଯଥା ଆରିସା, କାକରା, ମଣ୍ଡା, ଛେନାପୋଡ଼ ଏବଂ ପୋଡ଼ପିଠାର ସ୍ୱାଦ ଆଗନ୍ତୁକମାନେ ଉପଭୋଗ କରିଥିଲେ।

ନୋଏଡ଼ା ଷ୍ଟାଡିୟମରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ବହୁବିଧ ଷ୍ଟଲ୍ ଲଗାଯାଇଥିଲା। ଏ ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ହସ୍ତକଳା,ପାରମ୍ପରିକ ପୋଷାକ, ଚିତ୍ର ଉତ୍ତୋଳନ ଆଦି ଅନ୍ତର୍ଭୁକ୍ତ ଥିଲା। ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ, ଶିଶୁ କ୍ରୀଡ଼ା, ମେହେନ୍ଦି ଓ ଚିତ୍ରାଙ୍କନ ପ୍ରତିଯୋଗିତା ତଥା ଲୋକକଳା କର୍ମଶାଳା ମଧ୍ଯ ସ୍ଥାନ ପାଇଥିଲା । ରଜ ପର୍ବକୁ ସକ୍ଷମତାର ସହିତ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ ସାମୁଦାୟିକ ବିକାଶ ସମିତିର ସୁଯୋଗ୍ୟ ସଙ୍ଗଠନ ଟିମ୍

ଯଥା: ଅଧ୍ୟକ୍ଷ ଡଃ. ମନୋରଞ୍ଜନ ମହାନ୍ତି ଏବଂ ସଦସ୍ୟ ବୃନ୍ଦ ପ୍ରମୋଦ ଭଲ, .ରୀତା ପାତ୍ର, ଧନେଶ୍ଵର ନାୟକ, ଦେବବ୍ରତ ମିଶ୍ର, ସୁବ୍ରତ ଜେନା, ଶୈଳେଶ ଆନନ୍ଦାନୀ, ରେବା ସୋଲାଙ୍କି, ଭରତ କୁମାର, ଦୀପକ ଝା, କିଶନ ସାହୁ, ବିନୁ ବିସ୍ତ ଏବଂ ପ୍ରିୟଙ୍କା ରାଠୋର ପ୍ରମୁଖ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡଃ ସରୋଜ କୁମାର ଜେନା, ମୀନକେତନ ସାମଲ, ଦୀପକ କୁମାର ରଥ, ସୂର୍ଯ୍ୟ ନାରାୟଣ ମିଶ୍ର, ପ୍ରବୀର ମହାନ୍ତି, ଦେବରାଜ ମହାନ୍ତି, ଜ୍ଞାନପ୍ରକାଶ ଜେନା, ଜିତେନ୍ଦ୍ର ମୁଖୀ, ଗଜେନ୍ଦ୍ର ପ୍ରସାଦ ସାମନ୍ତ ଓ ଆଲୋକ ପାଢ଼ୀ ପ୍ରମୁଖ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

July 27, 2026
କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

July 27, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ  ମାସର  ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ  ମାସର  ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା

July 27, 2026
ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ

ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ

July 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

July 27, 2026
କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

July 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version