No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଶନିବାର ଠାରୁ ଆରମ୍ଭ ହୋଇଥିବା ରଜ ମହୋତ୍ସବର ଆଜି ଥିଲା ଶେଷ ରଜ । ତିନି ଦିନ ଧରି ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ରଜର ମାହୋଲ ବେଶ ଉତ୍ସବ ମୁଖର ହୋଇ ଉଠିଥିଲା । ରଜ ଦୋଳି ସାଙ୍ଗକୁ ରଜ ପାନ , ପୋଡପିଠା, ତାସ ଖେଳ , ନୃତ୍ୟ ସଙ୍ଗୀତରେ ପୁଅଙ୍କ ଠାରୁ ଝିଅ ସମସ୍ତେ ରଜ ମୁଉଜରେ ସାମିଲ ହୋଇଥିବା ବେଳେ ,
ଏଥିରୁ ବାଦ ପଡ଼ିନଥିଲା କଟକ-ଭୁବନେଶ୍ଵର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଫୁଲନଖରା ର ଅଗ୍ରଣୀ ସାମାଜିକ ସଂଗଠନ ମର୍ଣିଙ୍ଗମିଟ ସଦସ୍ୟ ମାନେ । ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତିନି ଦିନ ଧରି ଆୟୋଜିତ ରଜ ମହୋତ୍ସବ କାର୍ଯ୍ୟକ୍ରମର ସୋମବାର ଶେଷ ଦିବସରେ ସାମିଲ ହୋଇଥିଲେ ଯାତ୍ରା କଳାକାର ବିନୋଦ କୁମାର ,
ସିନେମା ଏବଂ ସିରିଏଲ କଳାକାର ପ୍ରିୟା ମହାପାତ୍ର, ସବିତା, ସୁକାନ୍ତ ମହାପାତ୍ର, ବୁଲୁ ପଣ୍ଡା, ପୁପୁନ , ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି , କଟକ ନଗର ବିଜେପି ଉପ ସଭାପତି ସ୍ଵାଧୀନ ଚେତା ମହାନ୍ତି, ଲିଭ୍ ଲାଇଭିର ମୁଖ୍ୟ ପରିଚାଳକ ଟିଟନ ସାହୁ, ସୁଧୀର ପଟ୍ଟନାୟକ, ଅନିଲ କୁମାର ସାହୁ, ବିନୟ କୁମାର ଜେନା,ଯୁଗଳ କିଶୋର ସାହୁ,କରିମ ସା,ଅନିଲ ମହାନ୍ତି, ବଲ୍ଲଭ କୁମାର ଜେନା, ମୁକ୍ତିକାନ୍ତ ମହାପାତ୍ର,ଗିରିଶ ଚନ୍ଦ୍ର ବାରିକ,
ହୃଦାନନ୍ଦ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ମାନେ ଯୋଗଦେଇ ଶେଷ ରଜର ମଜା ନେବା ସହିତ ରଜ ପୋଡପିଠା , ରଜ ପାନ ପରସ୍ପର ମଧ୍ୟରେ ଖୁଆଇ ଖୁସି ମନାଇବା ସହିତ ଭାବର ଆଦାନ ପ୍ରଦାନ ବାଣ୍ଟିଥିଲେ । ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧି କଳାକାର, ସମାଜସେବୀ, ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ ବୋଲି ଶେଷ ରଜରେ ଯୋଗ ଦେଇଥିବା କଳାକାର ମାନେ କହିଥିଲେ ।

No Result
View All Result