ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) କଳାହାଣ୍ଡି :- ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୧୫୮୩ ରେ ପହଞ୍ଚିଛି । ଗତ କାଲି ୩୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଦୃଷ୍ଟିରୁ ପ୍ରଥମ ପର୍ଯ୍ୟାୟରେ ଭବାନୀପାଟଣା ମ୍ୟୁନିସିପାଲଟି, କେସିଙ୍ଗା, ଜୁନାଗଡ଼ ଓ ଧର୍ମଗଡ ଏନ୍ଏସିକୁ ସ୍ଵଚ୍ଛ ସର୍ଭେ କରିବା ସହ ସ୍କ୍ରିନିଂ କରାଯାଇଥିଲା ।
୨ୟ ପର୍ଯ୍ୟାୟରେ ଗତ ଅଗଷ୍ଟ ୨୫ ତାରିଖରୁ ଜିଲ୍ଲାର ୧୩ଟି ବ୍ଳକରେ ଘରଘର ବୁଲି ସ୍ୱଚ୍ଛ ସର୍ଭେ କରିବା ସହ ସ୍କ୍ରିନିଂ କରାଯାଇଛି । ୧୦୯୨ ଗାଁର ୧୭୬୭୨୯ ପରିବାରର ୬ ଲକ୍ଷ ୭୧ ହଜାର ୯୦୭ ଜଣଙ୍କୁ ସ୍କ୍ରିନିଂ କରାଯାଇଛି । ଏଥିରେ ୧୬୦୪ ଜଣଙ୍କ ଲକ୍ଷଣ ଥିବା ଜଣାପଡିଥିଲା । ସେଥିମଧ୍ୟରୁ ୮୮ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)