No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଅନ୍ତର୍ଗତ ଭାଣପୁର ଗ୍ରାମରେ ଶନିବାର ଦିନ ଭାଣପୁର ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ୭୨ ତମ ରଜ ମହୋତ୍ସବ ଉଦଘାଟିତ ହେବା ସହିତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଲକ୍ଷ୍ମୀଧର ଜେନାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜେଶ କୁମାର ଭଟ୍ଟ ସଭା ସଞ୍ଚାଳନ କରିଥିଲେ । ଆୟୋଜିତ ଉତ୍ସବରେ କଟକ ମହାନଗର ନିଗମ ୫୮ ନମ୍ବର ୱାର୍ଡର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ମୁଖ୍ୟ ଅତିଥି , ସମାଜସେବୀ ପ୍ରଭାତ କୁମାର ନନ୍ଦ ମୁଖ୍ୟ ବକ୍ତା, ୫୬ ନମ୍ବର ୱାର୍ଡର କର୍ପୋରେଟର ଲିପ୍ସା ନାୟକ,

କଟକ ନଗର ବିଜେପି ଉପ ସଭାପତି ସ୍ଵାଧୀନ ଚେତା ମହାନ୍ତି, ଆଞ୍ଚଳିକ ଶାନ୍ତି କମିଟିର ସଭାପତି ନିମାଇଁ ଚରଣ ଲେଙ୍କା, ସଂପାଦକ ସୁରେନ୍ଦ୍ର ମହାପାତ୍ର, ଆଡଭୋକେଟ ନଳୀନ ସେନାପତି, ବାଦଲ କୁମାର ଜେନା, ଜ୍ୟୋସ୍ନା ବିହାର ଉନ୍ନୟନ କମିଟିର ସଂପାଦକ ଭାଗିରଥି ରାଉତ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାଣପୁର ଗ୍ରାମରେ ଦୀର୍ଘ ୭୨ ବର୍ଷ ଧରି ପାଳିତ ହୋଇ ଆସୁଥିବା ରଜ ମହୋତ୍ସବ ସଂପର୍କରେ ଆଲୋକ ପାତ କରିବା ସହିତ ବିଭିନ୍ନ ଗ୍ରାମର ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପ୍ରଥମ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ସେମାନଙ୍କର ମନ ବଳକୁ ଆଗକୁ ବଢାଇବାର ପ୍ରୟାସକୁ ଅତିଥି ମାନେ ପ୍ରସଂଶା କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ଗଣମାଧ୍ୟମର ପ୍ରତିନିଧି , ଶାନ୍ତି କମିଟିର କର୍ମକର୍ତ୍ତା, ବାଣପୁର ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି, ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟ, ନୃତ୍ୟ ପରିବେଷଣ କରିଥିବା କୁନି କଳାକାର ଙ୍କୁ ଭାଣପୁର ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମ୍ୟ କମିଟିର ଉପ ସଭାପତି ସନାତନ ରାଉତ, ସଂପାଦକ ଦିଲ୍ଲୀପ ନାୟକ, କୋଷାଧ୍ୟକ୍ଷ ପପୁ ରାଉତ,

ଭାଣପୁର ଦୂର୍ଗା ପୂଜା କମିଟିର ସଭାପତି ପ୍ରମୋଦ କୁମାର ଓଝା, ସଂପାଦକ ଅଜିତ କୁମାର ରାଉତ ଙ୍କ ସମେତ ଗ୍ରାମର ସମସ୍ତ ଯୁବକ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ତାରିଣୀ ଗଣନାଟ୍ୟ ତାର ପ୍ରଥମ ରାତିର ସାମାଜିକ ନାଟକ କେମିତି ବୁଝିବ ଅବୁଝା ମନର ପରିବେଷଣ କରିଥିଲା । ପ୍ରବଳ ଜନସମାଗମକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ଥାନା ପକ୍ଷରୁ ପୋଲିସ ଫୋର୍ସ ମୂତୟନ କରାଯାଇଥିଲା ।

No Result
View All Result