ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଜଗଦଲପୁର ଥାନା ଅଧୀନସ୍ଥ ଲୁହୁରାକୋଟ ଅଙ୍ଗନଦୀରୁ ବେଆଇନ ବାଲି ଚୋରାଚାଲାଣ ବେଳେ ୯ ଟି ଟ୍ରାକ୍ଟର ଜବତ କରିଛି ପ୍ରଶାସନ। ବାଲି ଚୋରା ଚାଲାଣ ନେଇ ବାରମ୍ବାର ଅଭିଯୋଗ ହେବା ପରେ ପଦ୍ମପୁର ଅତିରିକ୍ତ ତହସିଲଦାର ସରୀତା ଗୁପ୍ତା ଅଚାନକ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ବୁକୁରାମୁଣ୍ଡା, ପଦ୍ମପୁର, ପଲସେନ, ଜଗଦଲ ପୁର ଗ୍ରାମର ୯ ଗୋଟି ଟ୍ରାକ୍ଟରକୁ ଜବତ କରାଯାଇଥିଲା ।
ଜବତ ଟ୍ରାକ୍ଟର ଗୁଡିକୁ ଜଗଦଲପୁର ଥାନା ପରିସରରେ ରଖାଯାଇଥିବା ବେଳେ ତଦନ୍ତପରେ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି । ଚଢ଼ଉରେ ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଲା, ଲଖମରା ଆରଆଇ ଦାମୋଦର ସୁନା ଓ ପଦ୍ମପୁର ତହସିଲ ଅଫିସର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ । (ରିପୋର୍ଟ -ନିରୋଜ କୁମାର ପାଣୀ)