ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ପହିଲି ରଜ ରେ ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରୁଛନ୍ତି ପହିଲି ରଜ। ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ।

ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ। ପହିଲି ରଜକୁ ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ବେଶ ଧୁମଧାମରେ ପାଳନ କରାଯାଉଛି। ଘରେ ଘରେ ପିଠା, ମିଠାର ଆସର ଜମିଛି।ଏହି ରଜ ପର୍ବରେ ଘରେ ଘରେ ନାନା ପ୍ରକାର ପିଠା ପ୍ରସ୍ତୁତ କରାଯାଇଥାଏ ।

ସେଥିରୁ ପୋଡ ପିଠା ହେଉଛି ସବୁଠୁ ସ୍ପେଶାଲ । ଏହି ପରିପ୍ରେକ୍ଷୀରେ ଟାଉନ ର ଦଣ୍ଡପାଣି ଲଜର ସାଂସ୍କୃତିକ ହଲ ପରିସରରେ ପ୍ରଥମ ବାର୍ଷିକ ତିନି ଦିନିଆ ରଜ ମଉଜ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏଥିରେ ସବୁ ବର୍ଗ ର ମହିଳା ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି l

ଦୋଳି ଖେଳ ସହିତ ପାରମ୍ପରିକ ନୃତ୍ୟ ଗୀତର ପ୍ରତିଯୋଗିତା ମଧ୍ୟ ହେଉଛି । ତିନ ଦିନ ଧରି ପାଳନ ହେଉଥିବା ଏହି ରଜ ଉତ୍ସବକୁ ନେଇ ସବୁଠି ଉତ୍ସବର ପରିବେଶ ଦେଖିବାକୁ ମିଳିଛି । ରଜ ଅବସରରେ ମିଠା ପାନର ପସରା ସବୁଠି ଦେଖିବାକୁ ମିଳିଛି ।

ବିଶେଷ କରି ଭଳି କି ଭଳି ମିଠା ମସଲା ଯୁକ୍ତ ପାନ, ରଜର ଆକର୍ଷଣକୁ ଅଧିକ ବଢାଇ ଦେଇଥାଏ ।କଥାରେ ଅଛି ଚାଷୀ ଚାଷ କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ହସଖୁସିରେ ରଜ ପର୍ବ ପାଳନ କରାଯାଇଥାଏ । ପରେ ଚାଷୀ ଚାଷ କାମରେ ଲାଗିପଡିଥାଏ।