ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ବ ରକ୍ତଦାତା ଦିବସ ଓ ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ବଳରାମ ଗୌଡ଼ଙ୍କ ଅବସର କାଳୀନ ସୃତି ଉଦ୍ଦେଶ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପ୍ରଥମେ ନିଜେ ରକ୍ତଦାନ କରିବା ପରେ ପରେ ସହରର ବହୁ ସଂଖ୍ୟାରେ ଯୁବକ ଯୁବତୀ ମାନେ ଯୋଗଦେଇ ସ୍ବେଛାକୃତ ଭାବେ ୪୭ ୟୁନିଟ ରକ୍ତ ସଂଗୃହିତ ହୋଇ ପାରିଥିଲା l















