No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଉଠାଦୋକାନୀ ମହାସଙ୍ଘ ପକ୍ଷରୁ ଉଚ୍ଛେଦ ନ କରି ଥଇଥାନ ଓ ଭେଣ୍ଡିଂ ଜୋନ ଯୋଗାଇ ଦେବା ଦାବିରେ ରାଣୀହାଟ, ପ୍ରେସଛକ, ସିଡିଏ, ମଧୁପାଟଣା ଓ ବାଦାମବାଡ଼ିରେ ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନେ ଆଜି ପୂର୍ବାହ୍ନରେ କଟକ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ! ଆଇନି ଅନୁସାରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନର ପ୍ରାବଧାନ ଥିଲେ ମଧ୍ୟ ନାଳ ସଫାକରିବା ଆଳରେ ଉପରୋକ୍ତ ଅଞ୍ଚଳମାନଙ୍କରେ ଉଚ୍ଛେଦ କରାଯାଇଥିବାରୁ ଓ ଏଯାବତ କୌଣସି ଥଇଥାନ କରାଯାଇ ନ ଥିବାରୁ ପସରା ମେଳାଉଥିବା ଉଠାଦୋକାନୀମାନେ ଜୀବିକା ହରାଇ ଅସହାୟ ହୋଇପଡ଼ିଥିବା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା !

ପୂର୍ବ ଘୋଷଣା ଅନୁଯାଇ ଉଠାଦୋକାନୀ ମହାସଙ୍ଘ ପକ୍ଷରୁ ଏକ ପ୍ରତିନିଧିଦଳ ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ସର୍ବଶ୍ରୀ ଅକ୍ଷୟ ସାହୁ, ବାଦାମବାଡ଼ି ସଂଘର ଛବି ଖୁଣ୍ଟିଆ, ପରୀକ୍ଷିତ ମୁରୁଡି, ନିତ୍ୟାନନ୍ଦ ନାୟକ, ସିଡିଏ ମର୍କତନଗର ସଙ୍ଘର ଆବାହକ ନରୋତ୍ତମ ଦାସ, ଧନେଶ୍ୱର ସାହୁ, ହୃଷିକେଶ ବାଇ, ରାଣୀହାଟ ଉଠାଦୋକାନୀ ସଙ୍ଘ ସଭାପତି ନିରଞ୍ଜନ ସାହୁ, ରବୀନ୍ଦ୍ର ସାହୁ, ରତ୍ନାକର ସାହୁ, ଲୋକସମ୍ପର୍କ ପ୍ରମୁଖ ପ୍ରସନ୍ନ ମହାପାତ୍ର ଓ ମହାସଙ୍ଘର ଉପଦେଷ୍ଟା ତଥା ଓଡିଶା ନବନିର୍ମାଣ ବିକାଶମଞ୍ଚ କେନ୍ଦ୍ରୀୟ ସଭାପତି ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରି ଦାବିପତ୍ର ଦେବା ସହିତ ଉଛେଦ ହୋଇଥିବା ଉଠାଦୋକାନୀଙ୍କୁ ତୁରନ୍ତ ଥଇଥାନ ଓ ଭେଣ୍ଡିଂ ଜୋନ ଯୁଦ୍ଧକାଳୀନଭିତ୍ତିରେ ଯୋଗାଇଦେବାକୁ ଅନୁରୋଧ କରିଥିଲେ !

No Result
View All Result