ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ପଣ୍ଡରିଯୋର ପଞ୍ଚାୟତରେ ନେଟୱର୍କର ସମସ୍ୟା ଯୋଗୁଁ ପିଡିଏସ ଚାଉଳ ପାଇବାରେ ହିତାଧିକାରୀମାନେ ହନ୍ତସନ୍ତ ହେଉଛନ୍ତି। ହିତାଧିକାରୀମାନେ ସକାଳ ୬ଟାରୁ ଯାଇ ପଞ୍ଚାୟତରେ ଚାଉଳ ପାଇବା ପାଇଁ କାର୍ଡ ଜମା କରୁଛନ୍ତି। ଆଉ ଧାଡ଼ିରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି।

ଏନେଇ ଯୋଗାଣ ସହାୟକ ନାରାୟଣ ଯୁଏଡ଼ଙ୍କୁ ପଚାରିବାରୁ ସେ କହିଲେ, ଆଗରୁ ବହୁତ ଭଲ ନେଟୱର୍କ ଆସୁଥିଲା ଏବେ ବିଗତ ୪ ମାସ ହେଲାଣି ନେଟୱର୍କ ଭଲରେ ଆସୁ ନାହିଁ ଏବଂ ବହୁତ କଷ୍ଟରେ ନେଟ୍ ଚାଲୁଛି ତେଣୁକରି ହିତାଧିକାରୀମାନେ ହଇରାଣ ହେଉଛନ୍ତି।















