ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ପଞ୍ଚାୟତ ସମିତି ବୈଠକ ଥିବା ବେଳେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ମାନେ ବୈଠକ କୁ ବର୍ଜନ କରିଛନ୍ତି।ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବ ରେ ସମିତି ସଭ୍ୟ ମାନେ ବୈଠକ କୁ ଆସିଥିବା ବେଳେ ସରପଞ୍ଚ ମାନେ ବିରକ୍ତି ଅନୁଭବ କରି ସମ୍ମିଳନୀ କକ୍ଷରୁ ଛାଡି ଚାଲିଯାଇଥିଲେ। ସରପଞ୍ଚ ମାନଙ୍କ ଅଭିଯୋଗ ହେଲା ପଞ୍ଚାୟତ ରେ ପଲ୍ଲୀ ସଭା ଓ ଗ୍ରାମ ସଭାରେ ନିର୍ଦ୍ଧାରଣ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ତାଲିକା ପ୍ରସ୍ତୁତ କରି ବ୍ଲକ କୁ ଦେବା ପରେ ବ୍ଲକରେ ସେଗୁଡ଼ିକୁ ପରିବର୍ତ୍ତନ କରି ନିଜ ମନ ମୁତାବକ ତାଲିକା ପ୍ରସ୍ତୁତ କରୁଛନ୍ତି।















