No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଫୁଲନଖରା ନିକଟସ୍ଥ ପାହାଳ ଥାନା ଜନ୍ମେଜୟପୁର ଗ୍ରାମର ମା’ ଦୁଲାଦେଇଙ୍କ ପୀଠରେ ବାର୍ଷିକ ମହାଯଜ୍ଞ ଶୁକ୍ରବାର ଠାରୁ ଆରମ୍ଭ ହୋଇ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । କଳସ ଶୋଭାଯାତ୍ରା, ଅଗ୍ନି ସ୍ଥାପନ, ସୂର୍ଯ୍ୟ ପୂଜା, ଗୋ ପୂଜା, ଗୀତାହୁତି ସହିତ ପୂର୍ଣ୍ଣାହୁତି ଦିଆଯାଇ ଯଜ୍ଞ କାର୍ଯ୍ୟ ସମାପନ କରାଯାଇଥିଲା ।

ଆୟୋଜିତ ଯଜ୍ଞ ରେ କର୍ତ୍ତାଭାବେ ସୁବାସ ଚନ୍ଦ୍ର ଦାସ, ସହଧର୍ମିଣୀ କଳ୍ପନା ଦାସ ଓ ଅଜୟ କୁମାର ମହାନ୍ତି ତାଙ୍କର ସହଧର୍ମିଣୀ ସୁବିଧା ମହାନ୍ତି ଯଜ୍ଞରେ ବସି ଆହୁତି ଦେଇଥିଲେ । ସୂର୍ଯ୍ୟ କାନ୍ତ ଦାସ, ଧିରେନ୍ଦ୍ର ପରିଡ଼ା, ସଚିଦାନନ୍ଦ ଦାସ, ପ୍ରଶାନ୍ତ ମହାନ୍ତି, ପ୍ରଦ୍ୟୁମ୍ନ ପରିଡ଼ା, ଦେବେନ୍ଦ୍ର ଦାସ, ଟୁକୁନି ଦାସ, ମହର୍ଷି ପରିଡ଼ା, ଜୟନ୍ତ କୁମାର ମହାନ୍ତି, ଅଶୋକ ମହାନ୍ତି,

ପ୍ରଶନ ମହାନ୍ତି ଙ୍କ ସମେତ ଗ୍ରାମର ସମସ୍ତ ଯୁବକ, ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ଭଜନ ପରିବେଷଣ ସାଙ୍ଗକୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଆୟୋଜିତ ଉତ୍ସବରେ ଜଗନ୍ନାଥପୁର ପଞ୍ଚାୟତ ସରପଞ୍ଚ ଅଶୋକ କୁମାର ଭୋଇ, ପୂର୍ବତନ ସରପଞ୍ଚ ମାଗୁଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

No Result
View All Result