ବରଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ପଶ୍ଚିମ ଓଡ଼ିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଓ ୫ଜଣ କମିଟୀ ସଦସ୍ଯ ହାଇଦ୍ରାବାଦ ସ୍ଥିତ ହୋଟେଲ ଆଇଟିସି କାକଟିଆ ରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ପଶ୍ଚିମ ଓଡ଼ିଶାର କେତେକ ସମସ୍ଯା ବିଷୟରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । କର୍ଣ୍ଣାଟକ ର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ଲୋକସଭା ସଦସ୍ଯ ଶ୍ରୀ ଏସ୍ ଆର୍ ବୋମାଇ ଙ୍କ ଅଧ୍ୟକ୍ଷତା ରେ ଗଠିତ ଶ୍ରମ,

ସ୍ଲିଲ ଡେଭେଲପମେଣ୍ଟ,ଟେକ୍ସଟାଇଲ ପାର୍ଲାମେଣ୍ଟ କମିଟି ବର୍ତ୍ତମାନ ୩ଟି ରାଜ୍ଯ ଗ୍ରସ୍ତ ଅବସରରେ ଗତ ୫ ତାରିଖ ରୁ ହାଇଦ୍ରାବାଦରେ ଅବସ୍ଥାନ କରିଛନ୍ତି । ଏହି କମିଟିର ସଦସ୍ୟ ଭାବେ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ହାଇଦ୍ରାବାଦ ଆସିଥିବା ବେଲେ ଓସାକା ( ପଶ୍ଚିମ ଓଡ଼ିଶାର ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ ) ସଭାପତି ଶ୍ରୀ ସୁନୀଲ କୁମାର ଗଡତିଆ,ଡା ପଦ୍ମନାଭ ପ୍ରଧାନ,















