ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ଵର ସ୍ଥିତ ହୋଟେଲ କେଶରୀ ଠାରେ ଓଡିଶା ର “ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ” ପାଇଁ ଏକ ବୈଠକ ଅନୁଷ୍ଠିତ ହେଇଥିଲା । ଉକ୍ତ ଏହି ବୈଠକ ରେ ଓଡ଼ିଶା ର ସବୁ ଜିଲ୍ଲା ର ତୃତୀୟଲିଙ୍ଗୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଗଜପତି ଜିଲ୍ଲା ର ତୃତୀୟଲିଙ୍ଗୀ ସଙ୍ଗ ର ସମ୍ପାଦିକା ଜସ୍ମିନ୍ ଶେଖ୍ ଏବଂ ସଦସ୍ୟ ଲିନୁ ସୁବୁଦ୍ଧି ଏହି କାର୍ଯ୍ୟକ୍ରମ ରେ ସଦସ୍ୟ ଭାବେ ଯୋଗ ଦେଇଥିଲେ ।















