No Result
View All Result
ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଅପରାହ୍ନରେ କମଳା ସାହିତ୍ୟ ପ୍ରକାଶନୀ ଅନୁଷ୍ଠାନ ମାଷ୍ଟରପଡା, ଫୁଲବାଣୀ ତରଫରୁ ପୂଜ୍ୟ-ପୂଜା ସମାରୋହ ର ଆୟୋଜନ କରିବା ପାଇଁ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।ଏହି ଆଲୋଚନାଚକ୍ର ରେ ଅନୁଷ୍ଠାନର ଜ୍ୟେଷ୍ଠ ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମହାପାତ୍ରଙ୍କ ସଭାପତିତ୍ୱ ରେ ଆଲୋଚନା ହୋଇଥିବାରୁ ଅନୁଷ୍ଠାନର ସମସ୍ତ ସଭ୍ୟ/ସଭ୍ୟାମାନେ ଆନନ୍ଦ ପ୍ରକାଶ କରିଥିଲେ । ଏହି ଅନୁଷ୍ଠାନକୁ ଆଗକୁ ନେବା ପାଇଁ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମହାପାତ୍ର ଜ୍ୟେଷ୍ଠ ପ୍ରତିଷ୍ଠାତା ଉପଦେଶ ଦେଇଥିଲେ ।
ବର୍ତ୍ତମାନ ର ପ୍ରତିଷ୍ଠାତା ଡଃ. ନୃସିଂହାନନ୍ଦ ମହାପାତ୍ର ତାଙ୍କର ଜ୍ୟେଷ୍ଠ ଭ୍ରାତା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମହାପାତ୍ର ଙ୍କୁ ଉକ୍ତ ଅନୁଷ୍ଠାନର ସମସ୍ତ ଦାୟିତ୍ୱ ନେବା ପାଇଁ ଅନୁରୋଧ କରିଥିଲେ ।ଉକ୍ତ ସମାରୋହରେ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ରାମକୃଷ୍ଣ ବେହେରା ,ଉପସଭାପତି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ପ୍ରଧାନ,ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ଖାଡ଼ଙ୍ଗା ,କୋଷାଧକ୍ଷା ଶ୍ରୀମତୀ ଜୟଲକ୍ଷ୍ମୀ ମହାପାତ୍ର ,ସଭ୍ୟ ଶ୍ରୀମତୀ ନିରୁପମା ମଣ୍ଡଳ ,ବିଜୟ କୁମାର ବିନ୍ଧାଣୀ ,ନିନିମା ବିନ୍ଧାଣୀ,ଜ୍ୟୋର୍ତିମୟୀ ମହାପାତ୍ର ,ତୃପ୍ତିମୟୀ ମହାପାତ୍ର,ରୁଦ୍ରାଶୁଂ ମହାପାତ୍ର ଉପସ୍ଥିତ ଥିଲେ ।
ଉକ୍ତ ଅନୁଷ୍ଠାନ ର ଅନୁରୋଧ କ୍ରମେ ଏହି ପୂଜ୍ୟ ପୂଜା ସମାରୋହ ଆୟୋଜନ ହେବାକୁ ଥିବା ସମୟରେ ସମ୍ମାନୀତ ଅତିଥି ରୂପେ ଗଂଜାମ ର ସାନ ଖେମୁଣ୍ଡି ରାଜା ଶ୍ରୀଯୁକ୍ତ ବୀର କିଶୋର ଦେଓ ଓ ବାଣାୟତ ଓଡ଼ିଆ ସମଜାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗନ୍ଧର୍ଵସେନ ପ୍ରଧାନ ଉକ୍ତ ସମାରୋହ ରେ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ତତ୍ ପରେ ଉକ୍ତ ସଭାରେ ଉପସ୍ଥିତ ସମସ୍ତ ସଭ୍ୟ/ସଭ୍ୟା ଙ୍କୁ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ଖାଡ଼ଙ୍ଗା ଧନ୍ୟବାଦ ଅର୍ପଣ କରିଥିଲୋ ।

No Result
View All Result