No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଗାଁର ସୁରଭି ଗୌଶାଳାରେ ଆଜି ହେଉଛି ବିଶ୍ଵ ପରିବେଶ ଦିବସ। ଏହି ଅବସରରେ ସୁରଭି ଗୌଶାଲା,ସୁରଭି ସୌଧ ଏବଂ ସାଧନ କେନ୍ଦ୍ର ରେ ପ୍ରତି ବର୍ଷ ଅନୁସାରେ ଏହି ବର୍ଷ ମଧ୍ୟ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି।ଏହି ଅବସରରେ ସୁରଭି ଗୌଶାଲା,ସୁରଭି ସୌଧ ଏବଂ ସାଧନ କେନ୍ଦ୍ର ର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । 
ଦିନର ମହତ୍ତ୍ଵ କୁ ବୁଝିବା ସହିତ ସୁରଭି ଗୌଶାଲା ପକ୍ଷରୁ ସଂକଳ୍ପ ନିଆଯାଇଛି ଯେ ଆମେ ଏହି ବର୍ଷ ମଧ୍ୟ ଆଉ ୧୦୦ ବୃକ୍ଷ ରୋପଣ କରିବୁ।ଏହି କାର୍ଯ୍ୟକ୍ରମ ରେ ସଭାପତି ପ୍ରବୀଣ ଆର୍ଯ୍ୟ,ସମ୍ପାଦକ ଅଜିତ ଜୈନ, ସଂଯୋଜକ ଅଶୋକ ଛାପଡ଼ିଆ,ଲଳିତ ଅଗ୍ରୱାଲ,ବଜରଙ୍ଗ ଝରୱାଲିଆ,ରମେଶ ଅଗ୍ରୱାଲ, ଅଙ୍କିତ ଜୈନ,ରାଜେଶ ବର୍ମା,ସୁନିଲ ଅଗ୍ରୱାଲ ଓ ଅନ୍ୟାନ୍ୟ ସୁରଭି ଗୌଶାଳା ସଦସ୍ୟ ତଥା ଗୌ ସେବକ ଉପସ୍ଥିତ ଥିଲେ ।

No Result
View All Result