No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃବିଭାଗରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ପରେ ମୃତଦେହ ବ୍ୟବଛେଦ କରାଇବାରେ ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଯାଇଛି । ମୃତକଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରି ମୃତଦେହ ଧରି ସିଧା ଘରକୁ ପଳାଇଥିଲେ । ପୋଲିସ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପରିବାର ଲୋକ ମୃତଦେହକୁ ଧରି ଚାଲି ଚାଲି ନିଜ ଗାଁକୁ ନେଇଯାଇଥିଲେ । ଫଳରେ ପୋଲିସ ଏବଂ ସ୍ବାସ୍ଥ୍ୟବିଭାଗର ମୁଣ୍ଡବ୍ୟଥା ହୋଇଛି ।
ପ୍ରକାଶ ଯେ, ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ୬ ଟା ୪୫ ମିନିଟରେ ସିଆଙ୍ଗବାଲି ପଞ୍ଚାୟତ ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳା ସୁନିମା ପ୍ରଧାନଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା ତାଙ୍କର ୨୪ ସପ୍ତାହ ହେଲା ଗର୍ଭଧାରଣ କରିଥିଲେ। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ବ୍ୟବଛେଦ ପରେ ସ୍ପଷ୍ଟ ହେବ। ତେଣୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘଟଣା ସମ୍ପର୍କରେ ଥାନାକୁ ଜଣାଯାଇଥିଲା।
ତେବେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ରିପୋର୍ଟ ପ୍ରସ୍ତୁତି ଆଦିରେ ବିଳମ୍ବ ଯୋଗୁ ମୃତକଙ୍କ ପରିବାର ଲୋକ ଏତେ ସମୟ ହେଲା କୌଣସି ବ୍ୟବଛେଦ କରାଯାଇପାରୁନାହିଁ କହି ଆମେ ଆଉ ବ୍ୟବଛେଦ କରାଇବୁ ନାହିଁ କହି ମୃତଦେହକୁ କାନ୍ଧରେ ଧରି ଚାଲି ଚାଲି ପରିବାର ଲୋକ ନିଜ ଘରକୁ ନେଇଯାଇଥିଲେ। ତେବେ ଘଟଣା ସ୍ଥଳରେ ଆଇଆଇସି କନକ ମାଝୀ, ସବଇନ୍ସପେକ୍ଟର ଲଷ୍ମୀ ମାଝୀ ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।

No Result
View All Result