No Result
View All Result
କନ୍ଧମାଳ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ୨୭ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୨୦ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଚଳିତ ମାସ ୬ତାରିଖ ଦିନ ମା’ ମାନେ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତନ ହେବାକୁ ଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ଶେଷ ପର୍ଯ୍ୟାୟ ହୋଇଯାଉଥିବାରୁ ଭକ୍ତ ଙ୍କ ଭିଡ଼ ଲାଗି ରହୁଛି l
ଅସ୍ଥାୟୀ ପୀଠରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି l ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି l ରବିବାର ୨୭ ଦିନରେ ନୁଆସାହି ସ୍ଥିତ ଗୁଣ୍ଡିଚା ମାର୍ଗ ପୂଜା କମିଟି ଅଞ୍ଚଳ କୁ ମା ‘ମାନଙ୍କ ଆଗମନ ଦୃଷ୍ଟି ରୁ ଗୁଣ୍ଡିଚା ମାର୍ଗ ପୂଜା କମିଟି ତରଫରୁ ଅଞ୍ଚଳ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ରାସ୍ତା ର ଦୁଇ ପାର୍ଶ୍ଵ ରେ ଆଲୋକ ମାଳା ସହ ବିଭିନ୍ନ ପ୍ରକାର ହାତୀ, ବାଘ,
ପକ୍ଷୀ ଏବଂ ରାମ ଅବତାରରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଓ ମହାବୀର ହନୁମାନ ଙ୍କ ପ୍ରତିମୂର୍ତ୍ତି ଦର୍ଶନ ସହ ବାଲୁକା ଶିଳ୍ପୀ ଙ୍କ କାରୁକାର୍ଯ୍ୟ ରେ ମା’ପାଟଖଣ୍ଡା ଙ୍କ ପ୍ରତିଛବି ସବୁଠାରୁ ବିଶେଷ ଆକର୍ଷଣୀୟ ହୋଇ ଥିବାରୁ ଭକ୍ତ ବିମୋହିତ ହେବା ସହ ବିଭିନ୍ନ ସେଲଫି ପଏଣ୍ଟ ଗୁଡିକ ରେ ଖଚା ଖଚ ଭିଡ଼ ଲାଗି ରହିଥିଲା l ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ସମ୍ବଲପୁରୀ ନିଶାନ, ସାଇଜାତ, ଭୁବନେଶ୍ୱରର ଝୋଟି କାରୁକାର୍ଯ୍ୟ, ଗଞ୍ଜାମ ପ୍ରସିଦ୍ଧ ବାଘ ଷଣ୍ଢ ନୃତ୍ୟ, ସହ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା,
ଶ୍ରୀଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ବଜାର ଛକ, ପାଟଖଣ୍ଡା ମନ୍ଦିର ଓ ମାର୍କେଟ, ହାଟପଦା ମାର୍କେଟ, ପାଟଖଣ୍ଡା ସାହି ଛକ, ବସଷ୍ଟାଣ୍ଡ ସମ୍ମୁଖ ରାସ୍ତା, ବୁଡ଼ାଗୁଡା ରାସ୍ତା ଛକ, ନୂଆସାହି ଛକ ଦେଇ ଗୁଣ୍ଡିଚା ମାର୍ଗ ରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ l ଉକ୍ତ ପୂଜା ମଣ୍ଡପରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ମାର୍ଗ ଅଞ୍ଚଳ ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ l ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା l ଏହି ଯାତ୍ରା ଆରମ୍ଭ ହେବାର ୨୬ଦିନ ପରେ ରବିବାର ଗୁଣ୍ଡିଚା ମାର୍ଗ ଅଞ୍ଚଳ ର ଏକ ଭିନ୍ନ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ରେ ସାଜସଜ୍ଜା,
ଆଲୋକ ତୋରଣ ସହ ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ କୁ ଭକ୍ତ ବେଶ ପ୍ରଶଂସା ସାଉଁଟି ଥିଲେ l ସୋମବାର ଦିନ ସୁନାପାଙ୍ଗା ଅଞ୍ଚଳ କୁ ମା’ ଙ୍କ ଆଗମନ ଥିବା ବେଳେ ମଙ୍ଗଳବାର ଦଣ୍ଡପଦର ଅଞ୍ଚଳ କୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି l ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି l ଏଥିରେ ଯାତ୍ରା କମିଟି ସହ ଗୁଣ୍ଡିଚା ମାର୍ଗ ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

No Result
View All Result