No Result
View All Result
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟରେ ଅସୁରକ୍ଷିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ।ସାମ୍ବାଦିକ ମାନଙ୍କୁ ଦେଶରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଆଖ୍ୟା ମିଳିଥିବା ବେଳେ ବିଭିନ୍ନ ସମୟରେ ଅସୁରକ୍ଷିତ ତଥା ଅବହେଳିତ ହେଉଥିବାର ନଜରକୁ ଆସୁଛି । ବର୍ତ୍ତମାନ ସାମ୍ବାଦିକ ମାନେ ନିଜର ସ୍ୱତନ୍ତ୍ରତା ଅନୁଯାୟୀ ସାମ୍ବାଦିକତା କରିବାକୁ ଅସମର୍ଥ ହେଉଛନ୍ତି। କାରଣ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି । ଯେଉଁ ସାମ୍ବାଦିକ ସମାଜରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଦୁର୍ନୀତିକୁ ଲୋକଲୋଚନକୁ ଆଣିଥାଏ ତାକୁ କେତେବେଳେ ରାଜନେତାର ଚାପ ତ କେତେବେଳେ ଠିକାଦାର ମାନଙ୍କ ଅତ୍ୟାଚାର ର ସାମନା କରିବାକୁ ପଡୁଛି ।
ବିନା ଦରମାରେ ସମାଜ ସେବାରେ କାର୍ଯ୍ୟରତ ସାମ୍ବାଦିକମାନେ କାହାରିକୁ ଖାତିର ନକରି ସତ୍ୟର ସନ୍ଧାନ ପଥରେ ଚାଲି ଥାଆନ୍ତି କାରଣ ସେ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ବଲାଙ୍ଗିର ଅଞ୍ଚଳରେ ଜଣେ ଠିକାଦାର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟ କରି ମାଡ଼ ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ତଥାପି ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ପ୍ରତି କୌଣସି ଚରମ ପଦକ୍ଷେପ ନନେବା ଅତି ଦୁଃଖର କଥା । ତେଣୁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ପାଇଁ ପଦକ୍ଷେପ ନେବା ନିମନ୍ତେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ର ବରିଷ୍ଠ ସାମ୍ବାଦିକ ନବୀନ ନାୟକ
ବେହେରାଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ଅସୁରକ୍ଷିତ ନେଇ ଶୁକ୍ରବାର ଦିନ ସମସ୍ତ ସାମ୍ବାଦିକଙ୍କୁ ଏକତ୍ରିତ କରାଇ ରାଜ୍ୟ ସରକାର ଙ୍କୁ ଏକ ପତ୍ର ମାଧ୍ୟମରେ ଶୁଭଜିତ ପଟ୍ଟନାୟକ, ଆନନ୍ଦ ପରିଛା, ସଞ୍ଜୟ କୁମାର ପ୍ରଧାନ,ଶିବ ପ୍ରସାଦ ବ୍ରହ୍ମା,ରାମ ଶଙ୍କର ପଟ୍ଟନାୟକ, ହୃଷିକେଶ ପାତ୍ର, ନିର୍ମଳ ଖାମ୍ବା, ରଞ୍ଜନ ନାୟକ ବେହେରା,ଶିବ ଶଙ୍କର ପଣ୍ଡା,ଧବଳେଶ୍ବର ପାତ୍ରୀ ପ୍ରମୁଖଙ୍କ ଉପସ୍ଥିତିରେ ରାମନାଗୁଡା ଅତିରିକ୍ତ ତହସିଲଦାର ଡମ୍ବୁରୁ ଗୟାଧର ବେହେରା ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର କରାଯାଇଥିଲା।

No Result
View All Result