No Result
View All Result
ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ” ତରଫରୁ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଟାକରା ସ୍ଥିତ ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଉତ୍ସର୍ଗ ଫାଉଣ୍ଡେସନର ସମ୍ପାଦକ ନିହାର ରଞ୍ଜନ ମହାନ୍ତି, ମାନସ କୁମାର ପରିଡ଼ା,ସନ୍ତୋଷ କୁମାର ସାହୁ, ନାରାୟଣ ସାହୁ, କୁନା ବେହେରା,ରବି ନାରାୟଣ ସାହୁ, ମନ୍ମଥ କୁମାର ସାହୁ, ଚିତ୍ତ ରଞ୍ଜନ ମିଶ୍ର, କୁନା ବେହେରା, କୃଷ୍ଣଚନ୍ଦ୍ର ରଣା, ସମ୍ବିତ କୁମାର ଭଟ୍ଟ, ଚନ୍ଦ୍ର ଶେଖର ନାଏକ, ଆଲୋକ ବେହେରା, ଚନ୍ଦନେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍ଥାନୀୟ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରମୋଦ କୁମାର ସାହୁ ଯୋଗଦେଇଥିଲେ।
ଖୁବଶୀଘ୍ର ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଟାକରା ଠାରେ ଏକ ସେବା ଉତ୍ସବର ଆୟୋଜନ ନିମନ୍ତେ ଟ୍ରଷ୍ଟର କିଛି ସଭ୍ୟ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ସମର୍ଥନ ଜଣାଇ ଚଳିତ ବର୍ଷର ଜୁନ ମାସ ଶେଷ ସପ୍ତାହ ମଧ୍ୟରେ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ କରିବା ପାଇଁ ଉପସ୍ଥିତ ସଭ୍ୟ ମତବ୍ୟକ୍ତ କରିବା ସହ ଖାଲି ସେବା ଉତ୍ସବ ନୁହେଁ ବରଂ ସେହିଦିନ ବୃକ୍ଷରୋପଣ, ମସାଲ ଶୋଭାଯାତ୍ରା ଭଳି କାର୍ଯ୍ୟକ୍ରମ କରିବାକୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଭାବରେ ଆୟୋଜନ କରିବା ପାଇଁ ସ୍ଥାନୀୟ ୨ ଯୁବ ସମାଜସେବୀ ତଥା ଉତ୍ସର୍ଗ ଫାଉଣ୍ଡେସନର ସଭ୍ୟ ସନ୍ତୋଷ କୁମାର ସାହୁ ଓ ସମ୍ବିତ ଭଟ୍ଟକୁ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ସଭ୍ୟମାନେ ମନୋନୀତ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷେ ଦଶପଲ୍ଲା ପଶ୍ଚିମାଅଂଚଳର ଟାକରା ଭଳି ଏକ ସ୍ଥାନରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ହେବା ନେଇ ଶୁଣିବା ପରେ ସ୍ଥାନୀୟ ଲୋକ ମଧ୍ୟ ବହୁ ଖୁସି ଥିବା ଜଣାପଡ଼ିଥିଲା। ଶେଷରେ ନିହାର ରଞ୍ଜନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କହିଥିଲେ ଖାଲି କାର୍ଯ୍ୟକ୍ରମ ନୁହେଁ ବରଂ ଆଗାମୀ ଦିନରେ ଆମେ କିଭଳି ଲୋକ ମାନଙ୍କ ପାଖରେ ପହଂଚିବା ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ସହିତ ତାଙ୍କ ସମସ୍ୟା ଙ୍କୁ ପ୍ରଶାସନିକ ସ୍ତରରେ ପହଂଚାଇବା ସେ ଦିଗରେ ମଧ୍ୟ ବିଶେଷ ଧ୍ୟାନ ଦେବା ପାଇଁ ସମସ୍ତଙ୍କୁ କହିଥିଲେ।

No Result
View All Result