No Result
View All Result
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ପାରୀକ୍ଷିତି ଘାଟିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା।ଗୁରୁବାର ଦିନ ସକାଳ ସାତ ଘଣ୍ଟା ସମୟରେ ସୁଣ୍ଡିଧାମୁଣି ପଞ୍ଚାୟତ ଅନ୍ତର୍ଗତ ରୁଗୁଡୁବାଇ ଗ୍ରାମର ପୂର୍ଣ୍ଣିମା ମାଣ୍ଡାଙ୍ଗି(୨୦) ପପିନି ମାଣ୍ଡାଙ୍ଗି(୧୫) ଏହି ଦୁଇ ଜଣ ଯୁବତୀ ଜନୈକ ଯୁବକଙ୍କ ସହିତ ଯୁକ୍ତଦୁଇ ଆଡମିଶନ ନିମନ୍ତେ ଓଡି ୧୮ ଡି ୩୪୫୦ ନମ୍ବର ବିଶିଷ୍ଟ ବାଇକ ଯୋଗେ ରାମନାଗୁଡା କୁ ଯାଉଥିବା ବେଳେ ପାରୀକ୍ଷିତି ଘାଟିରେ ଏମାନଙ୍କୁ ଓଡି ୦୩-ଏଲ ୭୪୯୮ ନମ୍ବର ବିଶିଷ୍ଟ ଟ୍ରକ ଟି ରାୟପୁର ଠାରୁ ଆନ୍ଧ୍ରପ୍ରଦେଶ ର ରାଜାମ ଲକୁ କୁଣ୍ଡା ବୋଝେଇ କରି ଯାଉଥିବା ଟ୍ରକ ଟି ପାରୀକ୍ଷିତି ଘାଟିରେ ବାଇକ କୁ ପଛପଟୁ ଟ୍ରକ୍ ଧକ୍କାଦେବା ଫଳରେ ଜଣେ ଯୁବକଙ୍କ ସମେତ ଅନ୍ୟ ଜଣେ ଯୁବତୀ ରାସ୍ତା କଡରେ ଛିଟିକି ପଡିଥିଲେ।
ପୂର୍ଣ୍ଣିମା ମାଣ୍ଡାଙ୍ଗି ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତକ ଯୁବତୀ ରୁଗୁଡୁବାଇ ଗ୍ରାମର ପୁଣ୍ଣିମା ମାଣ୍ଡାଙ୍ଗି ବୋଲି ଜଣାପଡିଛି। ବାଇକ୍ ରେ ଥିବା ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ୱାଭାବିକ ରହିଛି। ଟ୍ରକକୁ ଲୋକେ ଅଟକ ରଖିଥିବା ସହିତ ରାମନାଗୁଡ଼ା ଠାରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି, ବ୍ରହ୍ମପୁର, ରାୟଗଡା, କୋରାପୁଟ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା କୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନିୟ ଲୋକେ ଓ ମୃତକଙ୍କ ସଂମ୍ପର୍କୀୟ ।
ସେହି ରାସ୍ତାରେ ରାୟଗଡା ବୈଠକ କୁ ଯାଉଥିବା ବେଳେ ଗୁଣୁପୁର ଉପଜିଲ୍ଲାପାଳ କିରନଦୀପ କୌର ମଧ୍ୟ ଉକ୍ତ ଅବରୋଧ ରେ କିଛି ସମୟ ଧରି ଫସି ରହିଥିବା ବେଳେ ମୃତକଙ୍କ ପରିବାରକୁ ଆଶ୍ୱାସନା ଦେଇ ବୁଝାସୁଝା କରିବା ବଦଳରେ ଅନ୍ୟ ରାସ୍ତା ଦେଇ ଚାଲି ଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଗାଡି ଚଳାଚଳ ଦୀର୍ଘ ୫ ଘଣ୍ଟା ସଂମ୍ପୁର୍ଣ୍ଣ ବନ୍ଦ ରହିଥିଲା।
ଟ୍ରକ୍ ଚାଳକ କୁ ପୋଲିସ୍ ଅଟକ ରଖି ଘଟଣାର ତଦନ୍ତ ଜାରିରଖିଛି। ଘଟଣା ସ୍ଥଳରେ ରାମନାଗୁଡା ଅତିରିକ୍ତ ତହସିଲଦାର ଡମ୍ବୁରୁ ଗୟାଧର ବେହେରା ମାଜିଷ୍ଟ୍ରେଟ ଭାବେ, ଗୁଣୁପୁର ଏସଡିପିଓ ବାବୁଲି ନାୟକ , ରାମନାଗୁଡା ଥାନା ଅଧିକାରୀ ସୁନିତା ବେହେରା, ରାମନାଗଡା ଅତିରିକ୍ତ ଥାନା ଅଧିକାରୀ ଜଳନ୍ଦର ସେଠି, ସେକେଣ୍ଡ ଅଫିସର ବାବୁଲା ପ୍ରଧାନ ,ପଦ୍ମପୁର ଥାନା ସେକେଣ୍ଡ ଅଫିସର ଅଶୋକ ପାଢ଼ୀ,
ଗୁମୁଡ଼ା ଫାଣ୍ଡି ଅଧିକାରୀ ବିରେନ୍ଦ୍ର ରାୟ ଙ୍କ ସମେତ ପୋଲିସ ଫର୍ସ ପହଞ୍ଚି ରାସ୍ତା ଅବୋରଧ ହଟାଇବା ପାଇଁ ଆନ୍ଦୋଳନ କାରିଙ୍କ ସହ ବୁଝାସୁଝା କରିବା ପରେ ଗାଡି ଚଳାଚଳ ୫ ଘଣ୍ଟା ପରେ ସ୍ୱାଭିବିକ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଟ୍ରକ ରହିଥିବା ବେଳେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୃତ ଶରୀର ରହିଛି। ଉତ୍ୟକ୍ତ ଲୋକ କହିବା ଅନୁଯାୟୀ ଯେଉଁ ପର୍ଯ୍ୟନ୍ତ କ୍ଷତି ପୂରଣ ନମିଳିଛି ସେ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଯିବ ନାହିଁ । ଏବଂ ୨୪ ଘଣ୍ଟା ମଧ୍ୟରେ କ୍ଷତି ପୂରଣ ନମିଳେ ତାହାହେଲେ ପୁଣି ଥରେ ରାସ୍ତା ରୋକ କରିବା ନେଇ ଚେତାବନି ଦେଇଥିଲେ।

No Result
View All Result