No Result
View All Result
ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଦିନକୁ ଦିନ ରକ୍ତଶିକୁଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି l ବର୍ତ୍ତମାନ ସୁଦ୍ଧା ଏହି ରୋଗରେ 15 ଶହରୁ ଉର୍ଦ୍ଧ ରୋଗୀ ଚି଼ହ୍ନଟ ହୋଇଛନ୍ତି l ଏହି ରୋଗୀ ମାନଙ୍କୁ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ରହିଛି. ହେଲେ ଗଜପତି ଜିଲ୍ଲାରେ ମାତ୍ର 30 ଭାଗ ରୋଗୀ ସରକାରୀ ସୁବିଧା ପାଉଛନ୍ତି l ଅପରପକ୍ଷରେ 70 ଭାଗ ରକ୍ତ ହୀନତା ରୋଗୀ ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ହୋଇ ଆବଶ୍ୟକ ଚିକିତ୍ସା ସୁବିଧା ନ ପାଇ ବହୁ ଦୁଃଖ କଷ୍ଟ ପାଉଛନ୍ତି l ଗଜପତି ଜିଲ୍ଲାର ରକ୍ତ ଶିକୁଳି ରୋଗୀଙ୍କ ଅତ୍ୟଧିକ ସଂଖ୍ୟାକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ ।
ଜଟିଳ ସ୍ଥିତି ସୃଷ୍ଟି କଲାଣି ରକ୍ତହୀନତା ରୋଗ ଅହେତୁକ ଭାବେ ବୃଦ୍ଧି ପାଇଛି. ଗଜପତି ଜିଲ୍ଲାରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ଵ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୧୫ ଶହରୁ ଉର୍ଦ୍ଧ ରୋଗୀଙ୍କ ଠାରେ ପଜିଟିଭ୍ ରକ୍ତହୀନତା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ଏକ ବଂଶଗତ ରୋଗ ହୋଇଥିବା ବେଳେ ଏହାର ନିରାକରଣ ସହଜ ନୁହେଁ l ଏହା ଦ୍ବାରା ଶରୀରରେ ରକ୍ତହୀନତା ଦେଖାଦେବା ପରେ ରୋଗୀ ମୃତ୍ୟୁ ମୁଖରେ ପଡ଼ନ୍ତି l କେତେକାଶରେ ଅନେକ ରୋଗୀ ଶରୀରରେ ବାରମ୍ବାର ରକ୍ତ ଚଢାଇ ଜୀବନ ବଞ୍ଚାଇବାକୁ ପ୍ରୟାସ କରୁଥିବା ମଧ୍ୟ ନଜରକୁ ଆସିଛି l
ସରକାରଙ୍କ ପକ୍ଷରୁ ଏଭଳି ରୋଗୀଙ୍କ ପ୍ରତି ଯଥେଷ୍ଟ ଅନୁକମ୍ପା ରହିଛି । ରୋଗୀ ଚିହ୍ନଟ ହେଲେ, ବିନା ମୂଲ୍ୟରେ ରକ୍ତ ପ୍ରଦାନ କରାଯିବା ସହ ଚିକିତ୍ସା ବାବଦକୁ ଆର୍ଥିକ ସହାୟତାର ବ୍ୟବସ୍ଥା ମଧ୍ୟ ରହିଛି । ତେବେ ଜିଲ୍ଲାରେ ମୋଟ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ମାତ୍ର ୩୦୦ ରୋଗୀ ଏହି ସୁବିଧା ସୁଯୋଗ ପାଇପାରୁ ଥିବା ଜଣାପଡ଼ିଛି । ବହୁ ସଂଖ୍ୟକ ରୋଗୀ ସରକାରଙ୍କ ଏହି ସହାୟତାରୁ ବଞ୍ଚିତ ହେଉଛନ୍ତି । ଅନ୍ଲାଇନ ମାଧ୍ୟମରେ ପଞ୍ଜୀକୃତ ହୋଇପାରୁ ନଥିବା ଯୋଗୁଁ 70 ରୁ ଉର୍ଦ୍ଧ ଭାଗ ରୋଗୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି l ଜିଲ୍ଲା ପ୍ରଶାସନ ଏବଂ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ରକ୍ତହୀନତା ରୋଗରେ ଆକ୍ରାନ୍ତ ଥିବା ସମସ୍ତ ରୋଗୀକୁ ସରକାରୀ ସୁବିଧା ପ୍ରଦାନ କରନ୍ତୁ ବୋଲି ସର୍ବ ସାଧାରଣରେ ଦାବି ହୋଇଛି l

No Result
View All Result