No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଗତକାଲି ଗୁରୁ ଭଗବାନ ସାହୁ ସ୍ମୃତି କମିଟି ର ବୈଠକ ସ୍ଥାନୀୟ ଏ ଇ ମିସନ ସ୍କୁଲ ଠାରେ ଡ. ତପସ୍ୱୀନି ଗୁରୁଙ୍କ ସଭାପତିତ୍ବରେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଏବଂ ସର୍ଦ୍ଦାର ପ୍ରିତମ ସିଂହଙ୍କ ସଂଯୋଜନା ରେ ପଶ୍ଚିମ ଓଡ଼ିଶା ଭାଷା କଳା ଓ ସଂସ୍କୃତି ର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ୯୫ ତମ ଜନ୍ମୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଆସନ୍ତା ଜୁନ ୧୧, ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଗୁରୁ ଭଗବାନ ସାହୁଙ୍କ ୯୫,ତମ ଜନ୍ମୋତ୍ସବ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ଓ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେବ,
ଏହି ଅବସରରେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ, ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପଧାନ (ଭାଗବତିଆ), ବୟୋଜ୍ୟେଷ୍ଠ ନାଟ୍ୟକାର ନିର୍ଦ୍ଦେଶକ ଆଖଣ୍ଡଳମଣି ସାହୁ, ମେଟ୍ରିକ୍ ପରୀକ୍ଷାରେ ଟପ୍ପର ବବିତା ରଥଙ୍କୁ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି ସମ୍ମାନ ପ୍ରଦାନ କରାଯିବା ସହିତ ଶବ୍ଦ ନୃତ୍ୟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଥିଲା ! ବିଭିନ୍ନ ଜିଲ୍ଲାରୁ ସ୍ମୃତି କମିଟି ର ସଦସ୍ୟ ସଦସ୍ୟା ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଅଛି !
ଲୁଲୁ ରବିନ ଦାସଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ସର୍ବଶ୍ରୀ ଦଧିବାବନ ଶତପଥୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ଡ଼. ଯଶବୀର ସିଂ ସୈନୀ ବିମଳ କୃଷ୍ଣ ମିଶ୍ର, ମନୋରଞ୍ଜନ ମେହେର, ଅଚ୍ୟୁତାନନ୍ଦ ବାରିକ, ରାଜକିଶୋର ମହାରଣା, ଆଶୁତୋଷ ରଥ, ନୁରାବତୀ ସାହୁ, ସଂଘମିତ୍ରା ପଟେଲ, ସଙ୍ଗୀତା ଦୀପ, ସାରଥି ମେହେର, ଜଟାଧାରୀ ପ୍ରଧାନ, ବୃନ୍ଦାବନ ବେହେରା ପ୍ରମୁଖ ଯୋଗଦାନ କରି ସଫଳ କାର୍ଯ୍ୟକ୍ରମ ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ! ଶେଷରେ ବରିଷ୍ଠ ସଦସ୍ୟ ପଞ୍ଚାନନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result