
ଓଡିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ବୁଧବାର) କଳାହାଣ୍ଡି : – ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୫୦୩୨୪ ଜଣଙ୍କ କରୋନା ପରୀକ୍ଷା ହୋଇଛି । ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ସୋମବାର ମଧ୍ୟ ରାତିରେ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୪ ରେ ପହଞ୍ଚିଥିବା ବେଳେ ୧୧୧୩ ଜଣ ସୁସ୍ଥ ହୋଇଛନ୍ତି ।
କରୋନା ଚିହ୍ନଟ ପାଇ ଆରଟିପିସିଆର ମାଧ୍ୟମରେ ୧୯୧୪୫ ଜଣ, ଟ୍ରୁନାଟ ମାଧ୍ୟମରେ ୩୯୧ ଜଣ ଓ ରାଟ୍ ମାଧ୍ୟମରେ ୩୦୭୮୮ ଜଣଙ୍କ ପରୀକ୍ଷା ହୋଇଛି । ପୁଣି ଅଗଷ୍ଟ ମାସରେ ହିଁ ୩୪୦୦୦ ହଜାର ଲୋକଙ୍କ କରୋନା ପରୀକ୍ଷା ହୋଇଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ)
