No Result
View All Result
ଫୁବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ଫୁଲବାଣୀ ସହର ରେ ଚାଲିଥିବା କଳିଙ୍ଗ ପାରମ୍ପରିକ ଖାଦ୍ୟ ମେଳା ୨୦୨୫ କାର୍ଯ୍ୟକ୍ରମର ବହୁ ଜଣ ସମାଗମ ଓ କୋଳାହଳ ମଧ୍ୟ ରେ ଗତବର୍ଷ ପରି ଏହି ବର୍ଷ ମଧ୍ୟ ଚଳିତ ଗ୍ରୀଷ୍ମ ପ୍ରବାହ ରେ ପଥଚାରୀ ମାନଙ୍କ ତୃଷା ନିବାରଣ ନିମନ୍ତେ କମଳା ସାହିତ୍ୟ ପ୍ରକାସନି ଅନୁଷ୍ଠାନ, ମାଷ୍ଟରପଡ଼ା, ତରଫରୁ ଉକ୍ତ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ବହୁ ଜଣା ଶୁଣା କବି, ସାହିତ୍ୟିକ ସମାଲୋଚକ, ଡ ନୃସିଂହ ନନ୍ଦ ମହାପାତ୍ରଙ୍କ ତରଫରୁ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା l କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁଶଳ କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉକ୍ତ ଦହିପଣା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଓ ସମ୍ମାନିତ ଅତିଥି ରୁପେ କନ୍ଧମାଳ ଜିଲ୍ଲାର ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ,
ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଇ ପ୍ରକାଶ ରଞ୍ଜନ ସୋରେନ, କନ୍ଧମାଳ ଜିଲ୍ଲା ଲେଖକ ସାମୁଖ୍ୟର ସଭାପତି ଶ୍ରଯୁକ୍ତ ରବୀନ୍ଦ୍ରନାଥ ମିଶ୍ର, ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା, ବରିଷ୍ଠ ସଭ୍ୟ ଓ କବି ଶ୍ରୀଯୁକ୍ତ ନବ କିଶୋର ରଥ, ବଶିଷ୍ଠ ସଭ୍ୟ ଓ କବି ନବୀନ କିଶୋର ପଣ୍ଡା, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅରୂପ କୁମାର ଜେନା, ବଶିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ସୁନିଲ ପଟ୍ଟନାୟକ, ବରିଷ୍ଠ ଆଇଜୀବି ଶ୍ରୀଯୁକ୍ତ ବିଜୟକୃଷ୍ଣ ପଟ୍ଟନାୟକ ଜିଲ୍ଲା ଲେଖକ ସାମ୍ମୁଖ୍ୟ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ କୁନ୍ଦନ ସିଂ ଓ ବରିଷ୍ଠ ସଭ୍ୟ ଓ କବି ଶ୍ରୀଯୁକ୍ତ ସୋମନାଥ ସାହୁ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ l
ଏହା ବ୍ୟତିତ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରାକେଶ ରାଉତ ଅଶୋକ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପରିଡ଼ା, ବ୍ରଜ ବିହାରୀ ନନ୍ଦ, ବରିଷ୍ଠ ଅବସପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବଇଁଶି ଧର ପଣ୍ଡା ଯୋଗଦେଇ ସଫଲ୍ୟ ମଣ୍ଡିତ କରିଥିଲେ ଏହା ବ୍ୟତିତ ବହୁମାନ୍ୟ ଗଣ ବ୍ୟକ୍ତି ମଧ୍ୟ ଯୋଗଦେଇ ଥିଲେ l କମଳା ସାହିତ୍ୟ ପ୍ରକାଶନୀ ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ନୃସିଂହl ନନ୍ଦ ମହାପାତ୍ରଙ୍କ ତତ୍ବାବଧାନରେ ଆୟୋଜିତ ଦହି ପଣା କାର୍ଯ୍ୟକ୍ରମର ଉକ୍ତ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ରାମକୃଷ୍ଣ ବେହେରା, ଉପସଭାପତି ଶ୍ରୀଯୁକ୍ତ ଦୁର୍ଯୋଧନ ପ୍ରଧାନ, ସମ୍ପାଦକ ମନୋଜ କୁମାର ଖାଡଙ୍ଗl,
କୁଷାଧ୍ୟଖ୍ୟା ଶ୍ରୀମତୀ ଜୟଲକ୍ଷ୍ମୀ ମହାପାତ୍ର, ସକ୍ରିୟ ଭୂମିକା ଗ୍ରହଣ କରି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ବେହେରା ଓ ବରିଷ୍ଠ ଆଇଜୀବୀ ବିରଜା ପ୍ରସାଦ ନାହାକ ଯୋଗ ଦେଇଥିଲେ ପ୍ରାୟ ୮୦୦୦ ଶ୍ରଦ୍ଧାଳୁ ଦହି ପଣା ସେବନ କରିଥିଲେ ଓ କାର୍ଯ୍ୟକ୍ରମଟି ଦିବା ୧୨ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଚାଲୁ ରହିଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଶଙ୍କର ଗୌଡ଼, ରଂଜିତ ଗୌଡ଼, ବିଜୟ କୁମାର ବିନ୍ଧାଣୀ, ନିନିମା ବିନ୍ଧାଣୀ, ବହୁପରିଶ୍ରମ କରି ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ସର୍ବା ପରିଶେଷରେ କମଳା ପ୍ରକସନୀ ପ୍ରତିଷ୍ଠାତା ଡଃ ନୃସିଂହ ନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result