No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାରେ ଜନାଦୃତ ଡିଜିଟାଲ ଗଣମାଧ୍ୟମ “ବାସ୍ତବ ଟିଭି” ଓ ସମ୍ବାଦପତ୍ର ଓଡ଼ିଶା ମିରର୍ ପକ୍ଷରୁ ସମ୍ବର୍ଦ୍ଧନା ଲାଗି ଏକ କାର୍ଯ୍ୟକ୍ରମ “ଉଡାଣ” ମହାସମାରୋହରେ ଭୁବନେଶ୍ୱରସ୍ତିତ ଗୀତଗୋବିନ୍ଦ ସଦନ ଠାରେ ସମାଜସେବୀ ଶ୍ରୀ ଅମ୍ବିକା ପଟ୍ଟନାୟକଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଅନ୍ଯ ଅତିଥି ମାନଙ୍କ ମଧ୍ୟରେ ପ୍ରାକ୍ତନ ଓଡ଼ିଶା ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ (ଭା.ପ୍ର.ସେ), ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ଶଶଧର ପଣ୍ଡା, ସୁଶ୍ରୀ ସ୍ମୃତି ସାଗରିକା, ଉପାଧ୍ୟକ୍ଷା,ଟି.ଏସ୍.ଜି.ଗୁରୁକୁଳ, ସମାଜସେବୀ ସୁଶ୍ରୀ ଶୀତଲ ବସ୍ତିଆ ପ୍ରମୁଖ ଯୋଗଦେଇ ଆୟୋଜିତ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ଆୟୋଜକ ମାନଙ୍କର ଏହି ପ୍ରୟାସକୁ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାରୁ ପ୍ରାୟତଃ ୨୦୦ ଜଣ କୃତ୍ତି ଛାତ୍ରଛାତ୍ରୀ ଯୋଗଦେଇ ମାନପତ୍ର, ଉପଢୌକନ ଓ କୃତି ପଦକ ସମ୍ମାନିତ ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥୂଲେ।
ପ୍ରାରମ୍ଭରେ ଓଡ଼ିଶାର ଖ୍ୟାତନାମା ଉପସ୍ଥାପକ ଶ୍ରୀ ଶ୍ରୀନିବାସ ଘଟୁଆରୀ ଙ୍କ ସୁନ୍ଦର ଉପସ୍ଥାପନ ଓ ପଣ୍ଡିତ ଶ୍ରୀ ନିରାକାର ଦାଶ ଙ୍କ ପବିତ୍ର ବେଦଧ୍ବନିର ଆଧାରରେ ଆରମ୍ଭ ଏହି କାର୍ଯ୍ୟକ୍ରମରେ ବାସ୍ତବ ଟିଭିର ମୂଖ୍ୟ ଶ୍ରୀ ଶ୍ରୀମନ୍ତ ପଣ୍ଡା ଅତିଥିମାନଙ୍କୁ ସ୍ବାଗତ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥୂଲେ। ଶ୍ରୀ ପଣ୍ଡା ଉଡାଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ତଥା ଓଡ଼ିଶା ର ସମସ୍ତ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ। ସଫଳ ଛାତ୍ରଛାତ୍ରୀମାନଙ୍କର ଆନନ୍ଦ ଓ ଉଲ୍ଲାସର ଏହି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିବା ସହ ଓଡ଼ିଶା ମିରର୍ ର ମୂଖ୍ୟ ଶ୍ରୀ ଦିଲ୍ଲୀପ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result