କରୋନା ପରିବା ହାଟରେ କିନ୍ତୁ ଚେକିଙ୍ଗ୍ ହେଉଛି ରାସ୍ତାରେ ; ସଚେତନତା ନା ଜୋରିମାନା

ଓଡିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ମଙ୍ଗଳବାର) ଢେଙ୍କାନାଳ : ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି, ଯାହାକି ପ୍ରଶାସନର ଚିନ୍ତା ବଢ଼ାଇଛି । ଗତ କିଛିଦିନ ଧରି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଜିଲ୍ଲାପାଳ ମହୋଦୟ ହଠାତ୍ ସଟଡାଉନ୍ ଘୋଷଣା କରିଥିଲେ । ଯାଦ୍ବାରା ପରିବା ବଜାରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଯେମିତିକି ପରିବା ବଜାରରେ କରୋନା ହାଟ ଲାଗିଥିଲା । ଯାହାକୁ ନେଇ ସେତେବେଳେ ସହରରେ ଜନ ଅସନ୍ତୋଷ ଦେଖା ଦେଇଥିଲା ।

ଏବେ ଅନଲକ୍ ଆରମ୍ଭ ହୋଇଛି । ବଜାର ଘାଟ କିଛି ମାତ୍ରାରେ ଖୋଲି ଯାଇଛି ଏବଂ ପ୍ରଶାସନ ତରଫରୁ ଜୋରଦାର ଚେକିଙ୍ଗ୍ ବି ଚାଲିଛି । ହେଲେ ସକାଳୁ ସକାଳୁ ପରିବା ହାଟରେ ଭିଡ଼ ଜମି ଯାଉଛି । ଭିଡ଼ରେ ଭୁଲି ଯାଉଛନ୍ତି ମାସ୍କ୍ ପିନ୍ଧା ଓ ସାମାଜିକ ଦୂରତା।ନା ପ୍ରଶାସନର ଏଥିପ୍ରତି ରହୁଛି ଚିନ୍ତା। କିନ୍ତୁ କଟକଣା ନାଁ ରେ ଚେକିଙ୍ଗ୍ ଚାଲିଛି ସହରର ରାଜ ରାସ୍ତାରେ । ସଚେତନତା କହି କଟା ଯାଉଛି ଯାନର ଜୋରିମାନା । ଯାହାକୁ ନେଇ ସହରରେ ପୁଣି ଜନ ଅସନ୍ତୋଷ ଦେଖାଦେଇଛି । ( ରିପୋର୍ଟ ଅମର ରଞ୍ଜନ ଦାସ )