No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲାର ଆର,ଉଦୟଗିରି ବ୍ଲକର ଶିଆଳିଲଟି ପଞ୍ଚାୟତ କାନକଟା ଗ୍ରାମରେ ବଜ୍ରାଘାତ ରେ ମହିଳା ମୃତ ୫ ଜଣ ଗୁରୁତର ହୋଇଥିଲେ । ମୃତକ ମହିଳା ଜଣକ ହେଲେ ଆର.ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ କାନକଟା ଗ୍ରାମର ଦମୟନ୍ତୀ ମଣ୍ଡଳ ।
ଆଜି ଅପରାହ୍ନ ରେ କାନକଟା ନାକା ପଏଣ୍ଟ ନିକଟରେ ଘର କାମ ଲାଗି ଟ୍ରାକ୍ଟର ରୁ ଇଟା ଓହ୍ଲାଉ ଥିବା ବେଳେ ପୋଲିସ ବିଟ ହାଉସ ନିକଟରେ ଥିବା ଏକ ଶୁଖିଲା ଗଛକୁ ବଜ୍ରପାତ ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କରି ମୃତ୍ୟୁ ହୋଇଥିଲା ।
୫ ଜଣ ଗୁରୁତର ହୋଇଥିଲେ । ଆହତ ଦାଉଦ ମଣ୍ଡଳ, ସୁନିଲ ମଣ୍ଡଳ, ମଙ୍ଗୀ ଭୂୟାଁ, ଲେଙ୍ଗ୍ୟା ଭୂୟାଁ, ଦିପ ରଇତଙ୍କୁ ସ୍ଥାନୀୟ ଲୋକେ ଅଟୋରେ ଚନ୍ଦ୍ରଗିରି ମେଡିକଲକୁ ଆଣିଥିଲେ । ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।
ଅନ୍ୟପଟେ ମୋହନା ବ୍ଳକ ଅନ୍ତର୍ଗତ ରାୟପୁର ଗ୍ରାମରେ ବଜ୍ରପାତରେ ମା’ ଓ ପୁଅ ଗୁରୁତର ହୋଇଛନ୍ତି । ସେମାନେ ହେଲେ ସୁବ୍ରକେଶୀ ବଦ୍ଧନ (32) ଓ ସଞ୍ଜୟ ବଦ୍ଧନ (15) ଉଭୟଙ୍କୁ ଚନ୍ଦ୍ରଗିରି ମେଡିକଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକଲକୁ ସ୍ଥାନାନ୍ତର କରାଯାଉଛି ।

No Result
View All Result