No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଆରାଧ୍ୟଦେବୀ ମା’ ପାଟ୍ଟଖଣ୍ଡା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ର ଆଜି ଏକାଦଶ ଦିନ ହୋଇଥିବା ବେଳେ ସହର ଅଧିକ ଚଳଚଞ୍ଚଳ ହେବା ସହ ଉତ୍ସବ ମୁଖର ହୋଇଉଠିଛି । ଗୁଳିମରା ସାହି ରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଙ୍କ ପରିକ୍ରମା କରିବେ ସ୍ଥାନୀୟ ପୁଲିସ ଥାନା ଠାରୁ ଆରମ୍ଭ କରି ବ୍ଲକ କଲୋନୀ ,ଆଇଟିଡିଏ କଲୋନୀ ସମେତ ବହୁ ସାହି ପରିକ୍ରମା କରିବେ । ମା ଙ୍କ ପରିକ୍ରମା ସମୟରେ ବିଭିନ୍ନ ସାହି ମଧ୍ୟରେ ପ୍ରତିଯୋଗୀତା ହୋଇଥାଏ କିଏ କେତେ ପଟୁଆର ରେ ମାଙ୍କୁ ପାଛୋଟି ନେବ । ଏହାକୁ ନଜର ରେ ରଖି ଗୁଳିମରା ସାହି ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇଛି ।
ସାହିର ଶତାଧିକ ମହିଳା ମାନେ ନୂଆ ଲୁଗା ଓ ପୁରୁଷ ମାନେ ହଳଦିଆ ରଙ୍ଗର ପାଇଜାମା ପିନ୍ଧି ଉଖୁଡା ର ବଡ ମୁଆଁ ଧରି ମାଙ୍କ ନିକଟକୁ ଯାଇଥିଲେ । ଏହା ସହ ଏକତ୍ରିତ ହୋଇ ମାନସିକଧାରୀଙ୍କ ବେଶ ସମେତ ଗୁଳିମରା ସାହିର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀ ବିଭିନ୍ନ ବେଶ ଧରି ମା’ ଙ୍କ ପାଟ ପଟୁଆର ରେ ସାମିଲ ହୋଇଥିଲେ । ପାଟଖଣ୍ଡା ସାହିର ଅଷ୍ଟ ଭୁଜା ବେଶ ସହ ଦାରିଙ୍ଗବାଡି ଓ ବାଲିଗୁଡ଼ା ବାନର ସେନା,
ଗଞ୍ଜାମ ର ବାକା ସୁର ବଧ, ଝିଅ ମାନଙ୍କ ନୃତ୍ୟାଙ୍ଗନ ଗୃପ, ଚାଙ୍ଗୁ ଢୋଲ ବାଜା, ଗଞ୍ଜାମ ର ପ୍ରସିଦ୍ଧ ବାଘ ନାଚ ଓ ବାରଖମା ଓ କୃତ୍ତମଗଡର ଦୁଲ ଦୁଲି ରେ ଦୁଲୁକୁଛି ସାରା ସହର । ଭକ୍ତଙ୍କ ସମାଗମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳରୁ ବହୁ ଭକ୍ତ ସପରିବାରେ ଆସି ମା’ଙ୍କୁ ଦର୍ଶନ କରିବା ସହ ବିଭିନ୍ନ ସାହିରେ ବାହାରିଥିବା ବେଶ ଧାରି ଙ୍କୁ ଦେଖି ଯାତ୍ରାକୁ ଉପଭୋଗ କରୁଛନ୍ତି। ମା’ ଙ୍କୁ ଆଣିବା ପରେ ସାହିର ମହା ମାୟୀ ପୀଠ ପଡିଆରେ ମାଙ୍କୁ ରଖାଯାଇ ପୂଜା ଅର୍ଚନା କରଯାଇଥିଲା ।
ଗୁଳିମାରା ସାହି ପକ୍ଷରୁ ଆଜି ହାବେଳି ଭଳି ଅଧିକ ଶବ୍ଦ ବାଣ ଫୁଟା ଯାଇ ନହିଁ ଯାହାକୁ ନେଇ ପରିବେଶ ବିତ୍ତ ଓ ସ୍ଥାନୀୟ ଜନସାଧାରଣ ପ୍ରସଂଶା କରିବା ସହ ଧନ୍ୟବାଦ ଦେଇଛନ୍ତି । ଆଜି ଅତ୍ୟଧିକ ଗହଳି ଯୋଗୁଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇଛି । ଯାତ୍ରାଞ୍ଚଳରେ ମନମୋହୁଛି ଖାଦ୍ୟବ୍ୟଞ୍ଜନ । ସଂଧ୍ୟାରେ ହାଲୁଆ, ମିଷ୍ଟାନ୍ନ ବଣ୍ଟନ କରାଯାଇଛି । ଏଭଳି ବ୍ୟବସ୍ଥା ଜିଲ୍ଲାରେ ଫୁଲବାଣୀ ଓ ବାଲିଗୁଡା ରେ କେବଳ ହେଉଥିବାରୁ ଭକ୍ତ ବି ଏହାର ଭରପୁର ମଜା ଉଠାଉଛନ୍ତି l

No Result
View All Result