ଇଲେକ୍ଟ୍ରି ତାରା ଲାଗି ଇଣ୍ଡିଆ ଅଏଲ ଗାଡି ଦୃଘଟଣାଗ୍ରସ୍ତ
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଗୋପ ରେ ଟାଟା କମ୍ପାନୀ ର ବିଦ୍ୟୁତ ବିଭାଗ ଦ୍ଵାରା ହେଉଥୁବା କାର୍ଯ୍ୟ କୁ ନେଇ ଉଠିଲା ପ୍ରଶ୍ନ ଲ ଗତ କିଛି ଦିନ ତଳେ ଗୋପ ର ଜଣେ ଠିକା କର୍ମଚାରୀ ଙ୍କ ଦୃଘଟଣା ହୋଇଥିଲା ଏଵେ ବି ସିଏ ବେସରକାରୀ ସ୍ଵାସ୍ତ୍ୟ କେନ୍ଦ୍ର ରେ ମରଣ ସହିତ ସଙ୍ଘର୍ଷ କରିବାକୁ ପଡୁଛି l ନିମାପଡା ଠାରୁ କୋଣାର୍କ ରାଜ୍ୟ ରାଜପଥ ଟି ସଦାସର୍ବଦା ପର୍ଯ୍ୟଟକ ଙ୍କ ଯାତାୟାତ ହୋଇଥାଏ l ଯେହେତୁ ଏହି ରୁଟ ଦେଇ ଅନେକ ବ୍ୟବସାୟୀ ଅନୁଷ୍ଠାନ ସହିତ ପର୍ଯ୍ୟଟନ ସ୍ଥଳୀ ରହିଛି ସେଥିପାଇଁ ବିଦ୍ୟୁତ ଖୁଣ୍ଟ ଓ ତାର ବ୍ୟବହାର କରିବା ପୁର୍ବ ରୁ ଚିନ୍ତା କରିବା ର ଥିଲା l

ବାଙ୍କ ବୁଲାଣି ଆଦି ସ୍ଥାନରେ ଖୁଣ୍ଟି ରହିବା ସହିତ ରାସ୍ତା ଅତିକ୍ରମ କରୁଥିବା ତାର ଗୁଡିକ ସାଧାରଣତଃ 20 ଫୁଟ ଉପରେ ରହିବା କଥା l କିନ୍ତୁ ଏଭଳି ଜନଗହଳି କ୍ଷେତ୍ର ଟାଟା ର ବେଖାତିର ମନୋଭାବ ଆଜି ଦୃଘଟଣା କ୍ରମଶଃ ବୃଦ୍ଧି ପାଉଛି l ଇଣ୍ଡିଆନ ଅଏଲ ପକ୍ଷରୁ ଗୋପ ବ୍ଲକ ରେ ହୋଇଥିବା ସର୍ବେ ରୁ ମାତ୍ର ୩ଟି ସ୍ଥାନ ରୁ ପ୍ରକୃତି ତୈଳ ପଦାର୍ଥ ବା ବ୍ୟାସ ମହଜୁତ ରହିଥିବା ସନ୍ଧାନ ମିଳିଲା ପରେ ଗୋପ ରେ ଖାନନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଖାନନ ପ୍ରକ୍ରିୟା ଯେତିକି ଆର୍ଥ ବ୍ୟୟ ବରାଦ ହୋଇଥିଲା ତାହାଠୁ ବାଟମାରଣା ରେ ଯାଇଥାଏ l ସେଥିପାଇଁ ଅପର୍ଯ୍ୟାପ୍ତ ଅର୍ଥ ବିନିଯୋଗ ହେବାପରେ ଗୋପ ବ୍ଲକ ରୁ କୌଣସି ସ୍ଥାନରୁ ତୈଳ ସନ୍ଧାନ ମିଳିଲା ନାହିଁ ଯାହାଫଳରେ ଗୋପ ବାସୀ ଙ୍କ ମନରେ ଘୋର ଆଘାତ ଦେଇଥିଲା l















