ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଥଖଳା ଏବେ ଚଳଚଞ୍ଚଳ ହୋଇଉଠିଛି । ୧୯ ତାରିଖ ସୋମବାର ଭଉଁରୀ ଦିନ ନାହାକା ଚକଅଖ ସଂଯୁକ୍ତ କରାଯାଇ ଡେରା ଯିବ । ଏଥିପାଇଁ ଅଖ ସାଇଜକାମ ଯୋରସୋର ଚାଲିଛି । ରଥଖଳାର ତିନିବାଡରେ ନାହାକା ଚକ କାମ ଶେଷ ହୋଇଛି । ନାହାକା ଚକର ତୁମ୍ବରେ ଅର ବାଡିଆ ପରେ ପଇ ସଂଯୁକ୍ତ କରାଯାଇଛି । ତୁମ୍ବ ବଳା ଲଗାଯାଇଛି । ଅଖ ପ୍ରବେଶ ପାଇଁ ତୁମ୍ବ ଖୋଲାଯାଇ ପନ୍ଦାରୀ ବାଡିଆ ହୋଇଛି । ଅନ୍ୟପକ୍ଷରେ ୪୨ ଗୋଟି ଚକ କାମ ଚକ ନିର୍ମାଣ ଶେଷ ପର୍ଯ୍ଯାୟରେ ପହଞ୍ଚିଛି ।

ଯନ୍ତା ଗାଡରେ ତୁମ୍ବ ସହ ଅର ସଂଯୋଗ ପାଇଁ କାଠ ପିଟଣା କାମ ଶେଷ ପର୍ଯ୍ୟାୟରେ । ତୁମ୍ବରେ ଅର ସଂଯୋଗ ହେବା ପରେ ଅରକୁ ଟାଇଟ କରାଯାଇ ଅରକଣ୍ଟା ବାଡିଆ ଯାଇଛି । ଅରରେ ପଇ ସଂଯୋଗ କରାଯାଇ ବିଲେଇ ବାଡିଆ କାମ ଚାଲୁ ରହିଛି । ଗୋଟିଏ ତୁମ୍ବରେ ୧୬ ଯୋଡା ବିନ୍ଧ ହୋଇଛି । ଦୁଇଟି ବିନ୍ଧରେ ଗୋଟିଏ ଅର ସଂଯୁକ୍ତ କରାଯାଇଛି ।
















